Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

asmilkumar officials

Others

4  

asmilkumar officials

Others

ରବି ଫସଲ

ରବି ଫସଲ

1 min
1.5K


ରବି ଫସଲର କବାର ଚାଲିଛି

ପଲ୍ହା ରୁଆ ଚାଷ ଜମି,

କୃଷକ ଦଦା ଯେ ହଳ କରୁଅଛି

ନଥାଇ ବି ମଉସୁମୀ |


କେନାଲ ଜଳରେ ହିଡ଼ ବାନ୍ଧି ଦଦା

ଦେଉଛି ପାଣି ମଡ଼େଇ,

ହଳ ଲଙ୍ଗଳରେ କାଦ କରି ସେ ତୋ

ତା'ସଙ୍ଗେ ଦେଉଛି ମଈ |


ନଦୀ ଜଳ ମାଡି ଚାଷ ଜମି ଠାନେ

ବିହନ ହୁଅଇ ଗଜା,

ବିହନରୁ ପଲ୍ହା ରୁଆ ବୁତା ସାରି

ଦଦା ଯେ ବନିବ ରଜା |


ଧାନ ମନ୍ଦା ଦିଶେ ସବୁଜ ସୁନ୍ଦର

ଗ୍ରୀଷ୍ମକୁ ଖାତିରି ନାହିଁ,

ଟାହି ଟାହି ଖରା ବାଜିଲେ ବି ଦେହେ

ଠିଆ ସେ ସତେଜ ହେଇ |


କାର୍ତିକ ମାଘରୁ ପ୍ରାରମ୍ବ ଫସଲ

ଅମଳ ଚୈତ ବୈଶାଖ,

ତାପ ନିଅନ୍ତ୍ରିତ ବିହନକୁ ବୁଣି

କୃଷକ ମାରଇ ଭୋକ |


ଖରିଫ ଫସଲେ ନିର୍ଭର ମୌସୁମୀ

ଲୋଡ଼ା ସିନା ଭାରି ଜଳ,

ହେଲେ ରବି ପାଇଁ ସ୍ୱଳ୍ପ ଜଳେ ମଧ୍ୟ

ଫସଲ ହୁଏ ଅମଳ |


ଜୟ କିସାନ କହି ସ୍ଵଗରବେ ମୁହିଁ 

କରୁଛି ତାଙ୍କୁ ପ୍ରଣାମ,

ମୁଣ୍ଡେ ଝାଳ ତୁଣ୍ଡେ ମାରି ଯେଉଁମାନେ

ଯୋଗାନ୍ତି ପେଟକୁ ଅନ୍ନ |


Rate this content
Log in