STORYMIRROR

Mamata Sahu

Abstract

4  

Mamata Sahu

Abstract

ଶରତର ଆଗମନୀ

ଶରତର ଆଗମନୀ

1 min
377

ଧାରା ଶ୍ରାବଣର ତୃପ୍ତି ଲାଭ କରି

ନିଏ ବର୍ଷା ଋତୁ ମେଲାଣି

ଭରା ଭାଦ୍ରବର ଅର୍ଘ୍ୟଥାଳି ଧରି

ଶରତର ଆଗମନୀ।


ନାରାୟଣୀ ଙ୍କର ଆଶ୍ଵିନ ଉତ୍ସବ

ଶାରଦୀୟ ଶୁଭ୍ର ଶୋଭା

ଜଳ ଦର୍ପଣର ଶୁଭ୍ର ମେଘ ଛବି

ଆହା କେଡେ ମନ ଲୋଭା।


ଢେଉରେ ଢେଉରେ ହଂସ କାରଣ୍ଡକ

ବିହଙ୍ଗର କଳଧ୍ୱନି

ପୁଲକ ଭରଇ ଭାବୁକର ପ୍ରାଣେ

ପ୍ରତି ରାବ ନିଏ କିଣି।


ନୀଳ ନିର୍ମଳ ଜଳ ବକ୍ଷ ଅଂଶ

ବାୟୁହିଲ୍ଲୋଳ ରେ ଝୁଲେ

ନିର୍ଝରିଣୀ ର ଜଳ ରାଶି ଫେଣ

ସଧିରେ ସିଏ ଦୋହଳେ।


କାଶତଣ୍ଡି ଫୁଲେ କାନ୍ତି ଶୋଭା ଝରେ

ଧରା ବକ୍ଷେ ଲାସ୍ୟରତା

ଶାଳିଧାନ୍ୟର ମନରୋମ ଦୃଶ୍ୟ

କ୍ଷେତରେ ଭରେ ପୂର୍ଣ୍ଣତା।


ନବ କୁସୁମିତ କଦମ୍ବ ର ଫୁଲ

ବଧୁଳି ଫୁଲର ଆଭା

ଲତା କୁଞ୍ଜ ବନ ଆମୋଦରେ ଭରା

ସୁରଭିର ବର୍ଣ୍ଣବିଭା।


ଭଦୁଅ ଆକାଶେ ଜହ୍ନ ଉଦୟନ

ଧରଣୀ ଚନ୍ଦ୍ରା ଲୋକିତ

ସରସୀ ବକ୍ଷରେ ଲୋଟି କୁମୁଦିନୀ

ନାଚି ଉଠେ ଶିହରିତ।


ପ୍ରକୃତିର ଦୃଶ୍ୟ ସ୍ବଚ୍ଛ ଶୋଭାମୟ

ଦେଖି ଜାଗେ କବିତ୍ବର

ଉନ୍ମେଷଣ ଭରେ ମର୍ମ ପୁଟେ ତାର

ଲେଖେ କବିତା ଝଙ୍କାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract