STORYMIRROR

Mamata Sahu

Abstract

3  

Mamata Sahu

Abstract

ହୃଦୟ

ହୃଦୟ

1 min
165

ସତ କହିବାକୁ ଗଲେ

ଏ ହୃଦୟ ଯନ୍ତ୍ରଣା ଅଶ୍ରୁରେ ଲିନ ହୋଇଛି

ଓଠରେ ହସ ବାହାନା କେବଳ

ମିଛ ଅଭିନୟ ଖାଲି ମାତ୍ର।

ହୃଦୟ ତ ସାଜିଛି ଆଜି

ଗୋଟିଏ ମରୁ ମଲା ନଈ

ନାହିଁ ତା ପ୍ରାଙ୍ଗଣରେ ପ୍ରେମର ଶୀତଳତା

ଖାଲି ବିରହ ତତଲା ବାଲିରେ ଶିଝୁଛି

କିଛି କହିବାକୁ ଚାହୁଁଛି

ଅକୁହା କଥା ମନେ ଲୁଚାଇଛି

ଗୁମୁରି ଗୁମୁରି କାନ୍ଦୁଚି।

ନିନ୍ଦା କରିବସେ ସମୟକୁ

କାଲି ମନ ଖୋଲି ହସୁଥିଲା

କିନ୍ତୁ ଆଜି ହସିବାର ଅଭିନୟ କରୁଛି।

ନାହିଁ ତା ଜୀବନରେ ରଙ୍ଗ

ବସନ୍ତରେ ଆଉ ଫୁଟୁ ନାହିଁ ଫୁଲ

ଆକାଶରେ ଦିଶୁନାହିଁ ଆଉ

ସାତ ରଙ୍ଗି ଇନ୍ଦ୍ରଧନୁ

ଫିକା ଫିକା ଲାଗେ ଜୀବନ

କେଜାଣି କାହିଁକି ଲାଗେ

ଭାରି ଏକା ଏକା

ଆଗକୁ ଚାହିଁ ଦେଖେ ଥରେ

ଦିଶେ ଖାଲି କୁହୁଡିର ଧୁମ୍ରାହ।

ହୃଦୟ ଭାଙ୍ଗିଗଲେ ସବୁ ସରି ଯାଏ

ସବୁ ଆଡେ ଲାଗେ ନିରବ ନିଶବ୍ଦ

ବେଦନା କରେ ବିଳାପ

ବୀରହିଣୀ ଟେ ସାଜି

ଅସହ୍ୟ ମନର ବେଦନା

ଯାହା ଛାତିତଳେ ମରିଯାଏ ଗୋପନରେ

ହେଲେ ହୃଦୟ ସ୍ପନ୍ଦନ ଯନ୍ତ୍ରଣା 

ପ୍ରଖରେ ହୁଏ ଘନ ଘନ

ଆବେଗ ସ୍ପର୍ଶ ଅନୁଭବେ

ଅନୁରାଗ ଖାଲି ମନ ପ୍ରାଙ୍ଗଣରେ

ସୂ୍କ୍ଷ୍ମ ଭାବନାରେ ଅନ୍ତଃ ଚେତନାରେ

ଅଦ୍ୟ ଓ ଅନ୍ତରେ ହୃଦୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract