STORYMIRROR

Mamata Sahu

Inspirational

3  

Mamata Sahu

Inspirational

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

2 mins
148

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

  ଏକ ମହାନ ପରବ

କୃଷି ଭିତିକ ଓ ଧାର୍ମିକ ପର୍ବ ସେ

   ଗଣା ଶ୍ରେଷ୍ଠ ପର୍ବ ଭାବ।


ବୌଶାଖ ଶୁକ୍ଳ ପକ୍ଷ ତୃତୀୟାରେ

   ଏହି ପର୍ବଟି ପାଳିତ

ସତ୍ୟ ଯୁଗର ପ୍ରଥମ ଦିବସ

  ବୋଲି ରହିଚି କଥିତ।


ଅକ୍ଷୟ ତୃତୀୟା ଦିନଠୁ ଶ୍ରୀକ୍ଷେତ୍ରେ ଚନ୍ଦନ ଯାତରା ହୁଏ

ମହାପ୍ରଭୁ ଜଗନ୍ନାଥଙ୍କର ରଥ

  ନିର୍ମାଣ ଆରମ୍ଭ ହୁଏ।


ଏହି ଦିନଟିରେ କୃଷକ ଭାଇ ଯେ

   କରେ ମୁଠି ଅନୁକୂଳ

ପାହାନ୍ତ ପହରୁ ଶେଯରୁ ଉଠି ସେ

  ନିତ୍ୟକର୍ମ ସାରେ ଚଞ୍ଚଳ।


ବିହନର ପୂର୍ଣ୍ଣ ନୂଆ ଗଉଣି କୁ

  ମୁଣ୍ଡରେ ମୁଣ୍ଡେଇ ଥାଏ

ହଳ ଲଙ୍ଗଳକୁ ଧରି ଚଷାଭାଇ

   ନିଜର କ୍ଷେତକୁ ଯାଏ।


ଲକ୍ଷ୍ମୀ ମାତା ଙ୍କୁସେ ସ୍ମରଣ କରିକି

  କ୍ଷେତେ ଲଙ୍ଗଳ ବୁଲାଏ

ମୁଠା ମୁଠା କରି ବିହନ ଗୁଡିକୁ

   କିଆରିରେ ବୁଣି ଦିଏ।


ଅଧିକ ଫସଳ ଅମଳ ଆଶାରେ

   କରେ ମୁଠି ଅନୁକୂଳ

ଅକ୍ଷୟ ତୃତୀୟା ଅମୃତବେଳାରେ

   କାର୍ଯ୍ୟରେ ମିଳେ ସଫଳ।


ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

   ଏକ ଶୁଚିମନ୍ତ ପ୍ରତୀକ

ପ୍ରେରଣା ଦାୟକ ଆମ ପରମ୍ପରା

   ପାଳିତ ପର୍ବ ଗୁଡିକ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational