Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ସେନେହ ମମତା ଡୋରିରେ ଗୁନ୍ଥା

ସେନେହ ମମତା ଡୋରିରେ ଗୁନ୍ଥା

1 min
212



ସେନେହ ମମତା ଡୋରିରେ

ଗୁନ୍ଥା ରାକ୍ଷୀଟି ମୋର ।

ମୋ ଭାଇ ହାତରେ ବାନ୍ଧିବି

ଦିଶିବ କି ସୁନ୍ଦର  ।

ବୈଦିକ ରାକ୍ଷୀଟି ମୋ ନିଜ

ହାତେ କରିଛି ମୁହିଁ ।

ଅକ୍ଷତ ସର୍ଷପ ଚନ୍ଦନ

କୁଙ୍କୁମ ଦୁର୍ବା ଦେଇ ।

ଦାନବେନ୍ଦ୍ର ବଳି ହାତରେ

ମାତା ଲକ୍ଷ୍ମୀ ବାନ୍ଧିଲେ ।

ବଳିର ଭଗିନୀ ହୋଇ ମା

ଚିରଦିନ ରହିଲେ  ।

ସେହି ରାକ୍ଷୀ ମୋର ଭାଇ

ହାତରେ ବାନ୍ଧିବି ମୁହିଁ ।

ସୁରକ୍ଷା ହୋଇବ ଭାଇର

ସୁଖେ ରହିବ ଭାଇ ।

ମୋ ଭାଇ ସୁରକ୍ଷିତ ରହି

ମୋତେ ରଖିବ ସୁଖେ ।

ସୁରକ୍ଷିତ ମୁହିଁ ରହିବି

ଚର ଅଚର ମୁଖେ ।

ରେଶମ ଡୋର ଏ ରାକ୍ଷୀଟି

ଖାଲି ନୁହେଁ ମୋହର ।

ସେନେହ ମମତା ଡୋରି ଏ

ଭାଇ ଭଉଣୀଙ୍କର ।

ଶ୍ରାବଣ ମାସର ପୂର୍ଣ୍ଣମୀ

ବଳଭଦ୍ର ଜନମ ।

ଦିନରେ ଏ ରାକ୍ଷୀ ପୂର୍ଣ୍ଣିମା

ହୁଏ ରକ୍ଷା ବନ୍ଧନ ।

ସବୁ ବରଷ ମୁଁ ରହୁଛି

ଚାହିଁ ଏଇ ଦିନକୁ ।

ରାକ୍ଷୀ ଅଛି ସାକ୍ଷୀ ଭାଇ ମୋ

ଜିଉଁ ଯୁଗ ଯୁଗକୁ ।


Rate this content
Log in

Similar oriya poem from Inspirational