ଜହ୍ନ ମାମୁଁ
ଜହ୍ନ ମାମୁଁ
ମାଆ ଦେଖାଉଛି ପୁଅକୁ କହୁଛି
ଜହ୍ନ ମାମୁଁ କେତେ ଦୂରେ
ପୁଅ କହେ ଧିରେ ନାହିଁ ମାଆ ଦୁରେ
ମାମୁଁ ହାତ ପାହାନ୍ତାରେ ।।
ମନ୍ଦାର ମାଳିନୀ ବୀର ପ୍ରସବିନୀ
ଏହି ମୋ ଭାରତ ମାତା
କୋଳେଇ ଧରିଛି କେତେ ଗୁଣି ଜ୍ଞାନୀ
ଜଗତେ ଦିଅନ୍ତି ବାର୍ତ୍ତା ।।
ଭାରତ ସଂସ୍କୃତି ଜଗତେରେ ଖ୍ୟାତି
ବିଜ୍ଞାନର ମୂଳମନ୍ତ୍ର
ମାମୁଁ ବୋଲି ଯାରେ ଦେଖାଅ ତାହାରେ
ଆମେ ଥାପିଲୁଣି ପାଦ ।।
ଭାରତର ଟେକ ରଖିଗଲେ ଦେଖ
ଇସ୍ରୋ ବୈଜ୍ଞାନିକ ଦାନ
ଚନ୍ଦ୍ରଯାନ ତିନି ଲେଖିଦେଲା ପୁଣି
ବିଶ୍ବରେ ଚତୁର୍ଥ ସ୍ଥାନ ।।
ପୃଥିବୀର ଭ୍ରାତା ସେ ଚନ୍ଦ୍ର ଦେବତା
ଡାକୁଛନ୍ତି ମାମୁଁ ସର୍ବ
ମାମୁଁ ଘରେ ଆଜି ଚନ୍ଦ୍ରଯାନ ସାଜି
ଭଣଜା ଲଭୁଛି ଗର୍ବ ।।
ଋଷ, ଆମେରିକା ଚାଇନା ପରିକା
ଭାରତ ଲଭେ ସୁନାମ
ବିଶ୍ଵ ଇତିହାସେ ନାମ ଲେଖି ବସେ
ଭାରତର ଚନ୍ଦ୍ର ଯାନ ।।