STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବଳଦେବ ବନ୍ଦନା

ବଳଦେବ ବନ୍ଦନା

1 min
249


ନମସ୍ତେ ନମସ୍ତେ ଆହେ ପ୍ରଭୁ ବଳଦେବ l

ପ୍ରଭୁପଣେ କିଏ ତୁମ୍ଭ ସାଥେ ସରି ହେବ ll

ନମସ୍ତେ ନମସ୍ତେ ଦେବ ରୋହିଣୀ ନନ୍ଦନ l

ଦେବକୀଦେବୀଙ୍କ ଗର୍ଭୁ ହେଲ ଆକର୍ଷଣ ll

କଂସ ବନ୍ଦୀଘରୁ ଯାଇ ଗୋପରେ ବଢ଼ିଲ l

ଧେନୁକା ପ୍ରଳମ୍ବ କେତେ ରାକ୍ଷସ ମାରିଲ ll

ନମସ୍ତେ ନମସ୍ତେ ପ୍ରଭୁ ଆହେ ପ୍ରଳମ୍ବାରୀ l

ଶଶାଙ୍କ ଧବଳ ଗୌର ପ୍ରୀୟ କାଦମ୍ବରୀ ll

ନମସ୍ତେ ନମସ୍ତେ ଦେବ ପ୍ରଭୋ ତାଳଧ୍ୱଜ l

ବ୍ରହ୍ମାଣ୍ଡନାଥ ଧ୍ୟାୟେ ହେ ବଳିୟାର ଭୁଜ ll 

ଲଙ୍ଗଳମୁନେ ଆକର୍ଷି ପ୍ରଭୁ ଅତି ରୋଷେ l

ବକରେ ବହେ ଯମୁନା ବୃନ୍ଦାବନ ପାଶେ ll

ନମଃ ନମଃ ସଙ୍କର୍ଷଣ ନମସ୍ତେ ଲାଙ୍ଗଳୀ l

ବଳରାମ ମହାବଳ ପାରେ କି କେ କଳି ll

ବାଦେ ଉତ୍ପାଟିଲ ପ୍ରଭୋ ହସ୍ତୀନା ନବର l

ଶରଣ ଲୋଡ଼ିଲେ ଆସି ସର୍ବ କୁରୁବୀର ll

ଗଦା ଯୁଦ୍ଧେ ଅଟ ପ୍ରଭୋ ଅତି ହିଁ ପ୍ରବୀଣ l

ଶିଷ୍ୟ ତୁମ୍ଭ ମହାବଳ ଭୀମ ଦୁର୍ଯ୍ୟୋଧନ ll

ଶିରେ ଶୋଭାପାଇ ତୁମ୍ଭ ନାଗ ସପ୍ତଫଣି l

ଆଦିଶେଷ, ଅନନ୍ତ ହେ ଧାରଣ ଧରଣୀ ll

ତୁଳସୀ ବିବାହ କଲ କନ୍ଦ୍ରା ଦୈତ୍ୟ ମାରି l

ତୁଳସୀ କ୍ଷେତ୍ର ଥାପିଲ ପ୍ରଭୁ ଦଇତ୍ୟାରି ll

ଅନନ୍ତ କଥା ଅନନ୍ତ, ପାରେ କେ ବଖାଣି l

ପୋଥି ସରି ଯିବ, କଥା ନ ସରିବ ପୁଣି ll

ବଡ଼ଠାକୁର ବୋଲାଅ ଶ୍ରୀକ୍ଷେତ୍ରରେ ବସି l

ନମସ୍ତେ ନମସ୍ତେ ନମଃ ଦେବ ବ୍ରହ୍ମରାଶି ll

         


Rate this content
Log in

Similar oriya poem from Inspirational