Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଅପେକ୍ଷାର ଅନ୍ୟ ନାମ ଯନ୍ତ୍ରଣା

ଅପେକ୍ଷାର ଅନ୍ୟ ନାମ ଯନ୍ତ୍ରଣା

1 min
208



ଜାଣନ୍ତି ସକଳେ ମରତମଣ୍ଡଳେ

ଅପେକ୍ଷାର ଅନ୍ୟ ନାମ ଯନ୍ତ୍ରଣା

ଗଡ଼ି ଚାଲେ ଯେବେ ସମୟଟି ତେବେ

ଜୁଟିଯାଏ ଆସି ନାନା ଭାବନା ।


ଭଲମନ୍ଦ ଦୁଇ ଆଗେ ଠିଆହୋଇ

ଶୁଣାଏ ତାହାର ହିତ ଅହିତ

ଆଶଙ୍କା ବାତରେ ହୃଦୟ ଭିତରେ

ଟଳମଳ ହୁଏ ଶବ୍ଦ ବହୁତ ।


ନୀରସ ମନରେ ଆଶା ଭରସାରେ 

ସଞ୍ଚଇ ସାହସ ନିଜ ଅନ୍ତରେ 

ମାତ୍ର ଦକଦକ ଛାତିର ଚମକ

ଧୈର୍ଯ୍ୟକୁ ଭାଙ୍ଗି ଚୂର୍ଣ୍ଣ କରେ ।


ଛଟପଟ ମନ ହୋଇ ପ୍ରତିକ୍ଷଣ

ବେଦନା ସାଥିରେ ତୋଳିକି ଘର

ଅପେକ୍ଷାରେ ଅନ୍ତ ହେବ କି ଜୀବନ

ନ ବାଜି ମିଳନ ବଂଶୀର ସ୍ବର ?


ପଚାରେ ନିଜକୁ କେବେ ବି ଆନକୁ

ଲିଭାଇବା ପାଇଁ ଯନ୍ତ୍ରଣା ନିଆଁ 

ଆଶ୍ବାସନା ବାଣୀ ଶୁଣିଦେଲା କ୍ଷଣି

ଥମିଯାଏ ଟିକେ ତା'ର ଛାନିଆ ।


କେବେ ପରିସ୍ଫୁଟ ବିରକ୍ତି ସ୍ବଭାବ

ଅଭିମାନଭରା କଥା ତୁଣ୍ଡରେ

ଗୁଣୁଗୁଣୁ ହୋଇ ନିଜକୁ କହଇ

ଅପେକ୍ଷାଟା ବଡ କଷ୍ଟ ସତରେ !


ଅପେକ୍ଷାର ଅନ୍ତ ଜୀବନେ ଅମୃତ

ଢାଳି ଦିଏ ସତେ କେତେ କେଜାଣି

ଯନ୍ତ୍ରଣା ଘାଆଟା ମିଳନ-ମଲମେ

ଶୁଖି ଗାଇ ଉଠେ ମଧୁ ରାଗିଣୀ ।


Rate this content
Log in

Similar oriya poem from Inspirational