STORYMIRROR

Prafulla Chandra Mishra

Inspirational Others

4  

Prafulla Chandra Mishra

Inspirational Others

ରାକ୍ଷୀ

ରାକ୍ଷୀ

1 min
295


ଅଭିନ୍ନ ବନ୍ଧନ ଅଭିନବ ପ୍ରେମ ଯାହା ସାକ୍ଷୀ ଏଇ ରାକ୍ଷୀ

ଭାଇ ଭଉଣୀର ଅଦ୍ଭୁତ ବନ୍ଧନ ହୃଦୟର ପ୍ରାଣ ପକ୍ଷୀ

ସବୁଜ ସୁନ୍ଦର ଘର ସଂସାର ତା ଆନନ୍ଦ ମନେ ମନାସି

ଚିର ଭାସ୍ଵର ହେଉ ଥାଉ ଚିନ୍ତି ବାନ୍ଧେ ଭାଇ ହାତେ ରାକ୍ଷୀ ।।


ଭାଇ ପାଇଁ କରେ ପୁନେଇଁ ଓଷା ସେ କୁଆଁର ପୁନେଇଁ ଜହ୍ନ

ପୂଜାରେ ମନାସେ ତା ଭାଇ ମଥାରେ ଝଟକୁ ସୁବର୍ଣ୍ଣ ରତ୍ନ

ଖୁଦୁରୁକୁଣୀ ରେ ଭାଇ ପାଇଁ କରେ ମଙ୍ଗଳା ମାତାଙ୍କ ପୁଜା

ରକ୍ଷୀ ବାନ୍ଧି ହାତେ ମାଗଇ ମାଗୁଣି ହେବୁ କବଚ ସୁରକ୍ଷା ।।


ବିପଦେ ଆପଦେ ସଂପଦ ବିଭୋରେ ଭୁଲି ଯିବୁ ନାହିଁ ଭାଇ

ବାନ୍ଧି ଦେଇ ରକ୍ଷୀ ଭାଇର ହାତରେ କୁହଇ ବିନତି ହୋଇ

ପବିତ୍ର ପର୍ବ ୟେ ଭାରତ ବର୍ଷର ଭାଇ ଭଉଣୀଙ୍କ ସ୍ନେହ 

ଅମୀୟ ବନ୍ଧନ ଅତୁଟ ୟେ ପ୍ରେମ ସ୍ଵର୍ଗୀୟ ଏ ଭାବମୟ ।।


ଭାବ ଭକ୍ତି ପ୍ରିତୀ ସ୍ନେହ ସୋହାଗର ଅପୂର୍ବ ମହା ମିଳନ

ପରମ୍ପରା ଆମ ମହାନ ସଂସ୍କୃତି ଆମର ରାକ୍ଷୀ ବନ୍ଧନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational