Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ଚନ୍ଦ୍ର ବିଜୟୀ

ଚନ୍ଦ୍ର ବିଜୟୀ

1 min
398


ଚନ୍ଦ୍ର ବିଜୟା ବିଶ୍ବ ବିଜୟୀ

ଫୁଲି ଉଠେ ଆମ ଛାତି

ଚନ୍ଦ୍ର ଯାନ ଆମ ସଫଳତା ସହ

ଛୁଇଁ ଛି ଚନ୍ଦ୍ର ମାଟି ।


ସାରା ଭାରତର ଗୌରବ ଗାଥା

ଭାରତବାସୀ ଙ୍କ ଗର୍ବ

ବିଜ୍ଞାନ ର ଏହି ଜୟ ଯାତ୍ରାରେ

ସମସ୍ତେ ପାଳନ୍ତି ପର୍ବ ।


ବର୍ଷ ବର୍ଷର ଅପେକ୍ଷା ର ଏବେ

ଖୁସିରେ ହୋଇଛି ଅନ୍ତ

ପ୍ରେରଣା ଦେଉଛି ସୌର ମଣ୍ଡଳର

ଖୋଜିବାକୁ ଆଦି ଅନ୍ତ।


ଚନ୍ଦ୍ର ବିଜୟ ଖୋଲିଦେଲା ଆଜି

ବିକାଶ ପଥ ର ମାର୍ଗ

ଆମ ପାଇଁ ଏବେ ସୀମିତ ହୋଇଲା

ସୀମା ହୀନ ଏଇ ସ୍ବର୍ଗ।


ନୂଆ କାହାଣୀ ରେ ନୂଆ ଚାହଣୀରେ

ଇତିହାସ ଯିବ ଭରି

ଆମେ ଚଢୁ ଆଜି ସଫଳତା ସିଡି

ସମୟର ବୁକୁ ଚିରି ।


ଇସ୍ରୋ ର ସବୁ ବୈଜ୍ଞାନିକଙ୍କୁ

ଶୁଭେଚ୍ଛା ଦେଉଛୁ ଢାଳି

ନବ ଉନ୍ମାଦନା ଭରିଦେଲେ ମନେ

ଜ୍ଞାନ ର ଆଲୋକ ଜାଳି।


Rate this content
Log in

Similar oriya poem from Inspirational