STORYMIRROR

Jyotirmoyee Mohanty

Inspirational

4  

Jyotirmoyee Mohanty

Inspirational

ମୋ ଦେଶ

ମୋ ଦେଶ

1 min
394

ଉଡୁଅଛି ଆଜି ବିଜୟର ଧ୍ୱଜା

ଆମର ଚନ୍ଦ୍ର ପୃଷ୍ଠେ, 

ଆମ ଦେଶ ଜାତିର ଗୌରବ

ନାହିଁ ନାହିଁ ଧରା ପୃଷ୍ଠେ ।


ତେଇଶି ଅଗଷ୍ଟ ଦିହଜାର ତେଇଶ

ରଚିଗଲା ଇତିହାସ 

କମାଇ ସେ ଦେଲା ଚନ୍ଦ୍ରର ଦୂରତ୍ୱ

ମନେ ନହୁଏ ବିଶ୍ୱାସ ।


ଦିନେ ଥିଲା ଏହା କବିର କଳ୍ପନା

ତୋଳିବ ଘର ଜହ୍ନରେ 

ସ୍ୱପ୍ନ ସତ୍ୟ ହେଲା ଆମ

ଇସ୍ରୋ ବୈଜ୍ଞାନିକ ପାଇଁରେ।


ପିଲାଦନେ ଜହ୍ନ ମାମୁଁ କୁ ଦେଖାଇ

ମାଆ କରୁଥିଲେ ଗେଲରେ 

ସେହି ଛୁଆ ଆଜି ବଡ଼ ହୋଇ ଦିନେ

ରଖିଲେ ଦେଶର ଟେକରେ ।


କେତେ ଦେଶୁ କେତେ ସମ୍ମାନ ସନ୍ଦେଶ

ଆସୁଅଛି ଆମ ଦେଶେ 

ସାରା ଜଗତରେ ଚହଳ ପକାଇ

ଦେଇଛି ଭାରତ ଦେଶ ।


ଭୁରି ଭୁରି ଦେଶ ବାସୀଙ୍କ ପ୍ରଶଂସା

ଚର୍ଚ୍ଚା ହୁଏ ଜଗତରେ 

ବୀର ପ୍ରସବିନୀ ମାଟି ମାଆ ଆମ

ଆଜି ସେ ଗର୍ବିତରେ ।


ଗୀତା ଭାଗବତ ସେ ମହାପୁରାଣ

ରଚିଥିଲେ ଜ୍ଞାନୀଜନେ 

ଧର୍ମ କର୍ମ ତତ୍ତ୍ୱ ପୋଥୀ ଓ ପୁରାଣ

ଆମ ଦେଶ ମହାପଣେ ।


ଧର୍ମ ଶାସ୍ତ୍ର କୁହ ତର୍କ ଶାସ୍ତ୍ର କୁହ

କୁହ କି ତନ୍ତ୍ର ଶାସ୍ତ୍ର

ଚରକ ଶୁଶ୍ରୁତ ଲେଖି ଯାଇଥିଲେ

ଦେଶ ପାଇଁ ଅର୍ଥ ଶାସ୍ତ୍ର ।


ପୂର୍ଣ୍ଣଗଭା ମୋର ଭାରତ ଭୂଇଁ ଯେ

ଜଗତରେ ବନ୍ଦନୀୟା 

ବୁଦ୍ଧି ବଳ ବିଦ୍ୟା ଜ୍ଞାନ କୌଶଳରେ

ଭାରତୀୟ ଅଦ୍ୱିତୀୟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational