ଶ୍ରେଷ୍ଠ ତୁମେ ଦାତା ପଣେ
ଶ୍ରେଷ୍ଠ ତୁମେ ଦାତା ପଣେ
ମନ ହେଲା ଦିନେ ପୁରୀ ଯିବାପାଇଁ
କୁନୁ ବାପାକୁ କହିଲି
ଏତେ ବଡ ଭାଗ୍ୟ ଆମର କାହିଁ ଲୋ
କାହିଁକି ଭାବୁଚୁ ସୁଲି l
ସ୍ବପ୍ନ ଦେଖିବାଟା ଶୋଭା ପାଏନାହିଁ
ଗରିବ ଆଖିରେ ଜମା,
ଅଝଟ ମନକୁ ବୁଝେଇ ହୁଅନା
ପୁଞ୍ଜି ବି ନଥାଏ ଜମା l
ମନକଥା ମରେ ମନରେ ମନରେ
ଓଠ ପିଉଥାଏ ଲୁହ
ଛିଣ୍ଡା ପଣତରେ ଗଣ୍ଠି ବାନ୍ଧୁ ଥାଏ
ମନର ଯେତକ କୋହ l
ସମୟ ମିଳିଲେ କୁନୁ ବାପା ଆମ
ଜଗାର ଭଜନ ଥାଏ
ଜଗାକୁ ନଦେଇ ଅର୍ଣ୍ଣଟିଏ ବି
ପାଟିରେ ତାର ନଦିଏ l
ହଟାତ ଆସିଲେ ଜଗତ ଗୋସାଇଁ
କହିଲେ ଚାଲ ବାହାର
ପୁରୀ ଯିବା ଆମେ ସକାଳ ଗାଡ଼ିରେ
ଦେଖିବା ନୀଳ କନ୍ଦର l
ଶରଧା ରେ ମନ ଫାଟି ମୋ ପଡିଲା
ସମ୍ଭବ ହେଲା କିପରି
ଜାଗା ଫୋଟ ପାଶେ ଯାଇ ମୁଁ କହିଲି
ଏ ସବୁ ମାୟା ତୋହରି l
ଅନାଥର ନାଥ ଆହେ ଦୟା ବନ୍ତ
ତୋ ପରି ଠାକୁର ଜଣେ
ପୁଣ୍ୟ କଳ୍ପ ତରୁ ଆହେ ମହାମେରୁ
ଶ୍ରେଷ୍ଠ ତୁମେ ଦାତା ପଣେ ।।
