STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ଜୟ ବିକ୍ରମଜୟ ପ୍ରଜ୍ଞାନ

ଜୟ ବିକ୍ରମଜୟ ପ୍ରଜ୍ଞାନ

1 min
265

ଜୟ ବିଜ୍ଞାନ ଜୟ ଅନୁସନ୍ଧାନ

ଜୟ ବିକ୍ରମ ଜୟ ଜୟ ପ୍ରଜ୍ଞାନ

ଜହ୍ନରେ ଲେଖିଲ ଭାରତର ନାଆଁ 

ମହାନ ମହାନ ଆମ ଦେଶ ମହାନ...।


ମାନବ ଜାତିର କଲ୍ୟାଣ ପାଇଁକି

ବ୍ରତୀ ଆମ ବୈଜ୍ଞାନିକ

ଜହ୍ନ ରାଇଜର ଦକ୍ଷିଣ ମେରୁ ରେ

ରଖିଲେ ତ୍ରିରଙ୍ଗା ଟେକ

ସେଇଠୁ ଆସଇ ଯେଉଁ ନୂଆ ତଥ୍ଯ

ଜଗତ ପାଇଁକି ଗଢେ ନୂଆ ସୋପାନ

ମହାନ ମହାନ ଆମ ଦେଶ ମହାନ...।


ଅନ୍ଧକାର ଭରା ମହାକାଶେ ଆଜି

ଆଶାର ଆଲୋକ ଜାଳି

ନୂଆ ଇତିହାସ ରଚିଲା ମୋ ଦେଶ

ସାଉଁଟି ଜହ୍ନର ଧୂଳି

ଜ୍ଞାନ ବିଜ୍ଞାନ ର ବିକାଶ ପଥରେ

ସମ୍ଭାବନା ର ଇଏତ ନୂଆ ସ୍ପନ୍ଦନ 

ମହାନ ମହାନ ଆମ ଦେଶ ମହାନ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational