ଜୟ ବିକ୍ରମଜୟ ପ୍ରଜ୍ଞାନ
ଜୟ ବିକ୍ରମଜୟ ପ୍ରଜ୍ଞାନ
ଜୟ ବିଜ୍ଞାନ ଜୟ ଅନୁସନ୍ଧାନ
ଜୟ ବିକ୍ରମ ଜୟ ଜୟ ପ୍ରଜ୍ଞାନ
ଜହ୍ନରେ ଲେଖିଲ ଭାରତର ନାଆଁ
ମହାନ ମହାନ ଆମ ଦେଶ ମହାନ...।
ମାନବ ଜାତିର କଲ୍ୟାଣ ପାଇଁକି
ବ୍ରତୀ ଆମ ବୈଜ୍ଞାନିକ
ଜହ୍ନ ରାଇଜର ଦକ୍ଷିଣ ମେରୁ ରେ
ରଖିଲେ ତ୍ରିରଙ୍ଗା ଟେକ
ସେଇଠୁ ଆସଇ ଯେଉଁ ନୂଆ ତଥ୍ଯ
ଜଗତ ପାଇଁକି ଗଢେ ନୂଆ ସୋପାନ
ମହାନ ମହାନ ଆମ ଦେଶ ମହାନ...।
ଅନ୍ଧକାର ଭରା ମହାକାଶେ ଆଜି
ଆଶାର ଆଲୋକ ଜାଳି
ନୂଆ ଇତିହାସ ରଚିଲା ମୋ ଦେଶ
ସାଉଁଟି ଜହ୍ନର ଧୂଳି
ଜ୍ଞାନ ବିଜ୍ଞାନ ର ବିକାଶ ପଥରେ
ସମ୍ଭାବନା ର ଇଏତ ନୂଆ ସ୍ପନ୍ଦନ
ମହାନ ମହାନ ଆମ ଦେଶ ମହାନ...।।
