STORYMIRROR

Mamata Sahu

Abstract Inspirational

4  

Mamata Sahu

Abstract Inspirational

ବାପା

ବାପା

1 min
383

ବାପା ତୁମେ ଆମ କଳ୍ପବୃକ୍ଷ ଟିଏ

ଦିଅ ଆଶିଷର ଛାଇ

ଯାହା ମନାସିଲେ ତାହା ମିଳିଯାଏ

ସେନେହ ଶରଧା ଦେଇ।।

ତୁମ ପୁଅ ଝିଅ ଗଢିଲ ଏମିତି

ଦେଇ ଉତ୍ତମ ସଂସ୍କାର

ଅବାଟରେ ଗଲେ ଭଲ ବାଟ ତୁମେ

ଦେଖାଅ ହୋଇ ତତ୍ପର।।

ହେଲେ ତୁମେ ଆଜି ଅଫେରା ରାଇଜେ

ଚାଲିଗଲ ସବୁ ଭୂଲି

ସବୁ ମୋହ ଲୋଭ ପରିତ୍ୟାଗ କରି

ଚିର ନିଦ୍ରା ଶଯ୍ୟା କରି।।

ବାପା ବାପା ବୋଲି ଯେତେ ବି ଡାକିଲେ

ନ ଦେଲ ଉତ୍ତର ଥରେ

ଭାଇ ଭଉଣୀ ଙ୍କୁ ବେସାହାରା କରି

ଚାଲିଗଲ ଆର ପାରେ।।

ଉଚ୍ଚସ୍ବରେ ଆଜି କରୁଛି ଚିତ୍କାର

ଡାକ ଶୁଣ ଥରେ ବାପା

କେତେ ମୂଲ୍ଯ ତୁମେ ଜୀବନେ ଆମରି

ସମ୍ଭବ ନୁହେଁ ମାପିବା।।

ସଫଳତାର ସ୍ବାଦ ମିଳେ ନାହିଁ

ନ ଶୁଣିଲେ ତୁମ ଗାଲି

ଆକାଶଠୁ ବଡ ମନଟି ତୁମର

ସାଗର ଗଭିର ଛାତି।।

ବାପା ତୁମେ ଆମ ହୃଦୟ ମନ୍ଦିରେ

ନିତ୍ୟ ଚଳନ୍ତି ଠାକୁର

ତୁମେ ଥିଲ ବୋଲି ମିଳୁଥିଲା ନିତି

ହଜାରେ ହସ୍ତିର ବଳ।।

ତୁମେ ନାହଁ ବୋଲି ଏ ଦୁନିଆ ଆଜି

ଲାଗୁଛି ଯେ ଅନ୍ଧକାର

କିପରି ବଞ୍ଚିବି କିପରି ରହିବି

ପାଉ ନାହିଁ ସ୍ଥଳକୂଳ।।

ମନେ ହୁଏ ବାପା କରିବାକୁ ଅଳି

କାନ୍ଦିବାକୁ ହାତ ଧରି

ସବୁ ହସ ଖୁସି ଦୂରେଇ ଯାଇଛି

ତୁମେ ଚାଲିଗଲ ବୋଲି।।

ପ୍ରତି ମୂହୂର୍ତ୍ତରେ ମନେ ପଡ ବାପା

ଦିନ ହେଉ ଅବା ରାତି

ତୁମେ ଯେ ଆଦର୍ଶ ସବୁ କିଛି ଆମ

ତୁମେ ଯେ ଅଭୂଲା ସ୍ମୃତି।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract