ଭୁଲ ଠିକଣା
ଭୁଲ ଠିକଣା
ଏଇ ଯେଉଁ ପାର୍ଥିବ ଠିକଣାକୁ
ତୁମେ ଭାବି ନେଇଛ ଚିରସ୍ଥାୟୀ ବୋଲି
ସବୁ କିଛି ଦେଖି ଜାଣି ବୁଝି,
ତୁମ ବାସ୍ତବ ଠିକଣାର ଆଦେଖା ବାଟଟି
ତୁମ ପାଇଁ ସାଜିଛି ଅମଡ଼ା ବାଟ
ଶୁଖି ଗଲାଣି ସେ ସୋରିଷ ଫୁଲର ମଞ୍ଜି।
କେବେ ପଡିଯିବ ଯବନିକା ଜଣାନାହିଁ
ଏଇ ଭବ ରଙ୍ଗମଞ୍ଚ ପରେ
ଫେରିବାକୁ ହେବ ନିଜ ଠିକଣାକୁ
ଆଲୋକ ଲିଭିବା ପରେ
ଭୁଲ ଠିକଣାର ମୋହ ଭାଙ୍ଗିଯିବ
ସମୟର ନିର୍ଦ୍ଦେଶରେ।
