STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଭୁଲ ଠିକଣା

ଭୁଲ ଠିକଣା

1 min
221

ଏଇ ଯେଉଁ ପାର୍ଥିବ ଠିକଣାକୁ

ତୁମେ ଭାବି ନେଇଛ ଚିରସ୍ଥାୟୀ ବୋଲି

ସବୁ କିଛି ଦେଖି ଜାଣି ବୁଝି,

ତୁମ ବାସ୍ତବ ଠିକଣାର ଆଦେଖା ବାଟଟି

ତୁମ ପାଇଁ ସାଜିଛି ଅମଡ଼ା ବାଟ

ଶୁଖି ଗଲାଣି ସେ ସୋରିଷ ଫୁଲର ମଞ୍ଜି।


କେବେ ପଡିଯିବ ଯବନିକା ଜଣାନାହିଁ

ଏଇ ଭବ ରଙ୍ଗମଞ୍ଚ ପରେ

ଫେରିବାକୁ ହେବ ନିଜ ଠିକଣାକୁ

ଆଲୋକ ଲିଭିବା ପରେ

ଭୁଲ ଠିକଣାର ମୋହ ଭାଙ୍ଗିଯିବ

ସମୟର ନିର୍ଦ୍ଦେଶରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract