STORYMIRROR

Sanuja Meghamala

Abstract Others

4  

Sanuja Meghamala

Abstract Others

ଲୁହ

ଲୁହ

1 min
255


ଲୁହଟା କଣ ସତରେ ଏତେ ଭାରି

ଜମା ଜଣା ତ ପଡ଼େନି

କିନ୍ତୁ ସେହି ଦି ଟୋପା ଲୁହ

ଆଖିରୁ ନିଗିଡ଼ି ଚିବୁକକୁ ଛୁଇଁ ଦେଲେ

ମନଟା କାହିଁକି ଏତେ ହାଲକା ହେଇଯାଏ !

କେଜାଣି କିଏ ମାପିଥିବ

ଲୁହ ଆଉ ମନ ଭିତରେ ଥିବା

ସମ୍ପର୍କର ଏ ମଧୁରତାକୁ ।

ଦୁଃଖ, ଯନ୍ତ୍ରଣା, ଅଭିମାନ

ଆଯାଚିତ ସୁଖ ସମ୍ମାନ

ଭରସା, ସମ୍ପର୍କ ବନ୍ଧୁତ୍ୱ

ପ୍ରେମ ପ୍ରତାରଣା, ଭଲପାଇବା

ଖୁସିରେ ଦୁଃଖରେ ଯେମିତି

ଲୁହ ପ୍ରସ୍ତୁତ ହୋଇ ରହିଥାଏ

ଝର ଝର ଝରି ଯିବାକୁ।


ଛଳ ଛଳ ଆଖିର ଦୁଇ ଟୋପା ଲୁହ

ଢଳ ଢଳ କାକର ବିନ୍ଦୁ ପରି 

ଅଭିମାନରେ ଝରିପଡେ  

ସମସ୍ତଙ୍କ ଅଗୋଚରରେ

କାହାକୁ ଆଘାତ ନ ଦେବା ଲକ୍ଷ୍ୟରେ

ହୃଦୟ ସହିତ ଲୁହର ସମ୍ପର୍କ ବୋଧେ

ଜନ୍ମ ଜନ୍ମାନ୍ତର ପାଇଁ ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract