STORYMIRROR

Sanuja Meghamala

Others

3  

Sanuja Meghamala

Others

ଆଶା

ଆଶା

1 min
119

ଏବେ ଏବେ ଅନ୍ଧାରରେ ଦେଖିହୁଏ

ଆଲୁଅରେ ଆଖି ବନ୍ଦ କରିବାକୁ ପଡେ।

ଅନ୍ଧାରରେ ନିଜକୁ ଭେଟିହୁଏ

ଆଲୁଅରେ ନିଜ ଛାଇ ବି ଅଜଣା ଲାଗେ।

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯାତ୍ରାରେ

ବାରମ୍ବାର ଭେଟୁଥିବା ସତ୍ୟକୁ

ଅଣଦେଖା କରି ଆଗକୁ ବଢିବାକୁ ହୁଏ

ଆଶା ତ ଉଛୁଳା ନଈଟିଏ ପରି

ରାତି ପାହିଯାଏ ସ୍ୱପ୍ନ ସରେ ନାହିଁ....

ସେହି ସ୍ୱପ୍ନର ମରୀଚିକା ପଛରେ

ଧାଇଁ ଧାଇଁ ଅଣନିଃଶ୍ୱାସୀ ହେଲା ପରେ ବି

ପ୍ରାପ୍ତିର ମୋହ ଭଙ୍ଗ ହୁଏ ନାହିଁ..

ନିଜ ପ୍ରତି ଦୟା ଆସେ

 ପଛକୁ ଫେରି ଭାବିବାକୁ ମନ ଚାହେଁ

ଜୀବନଟା କଣ ଖାଲି ସେହି 

ପ୍ରାପ୍ତି ଅପ୍ରାପ୍ତି ସତ ମିଛ 

ଭୁଲ ଠିକ ଛାଇ ଆଲୁଅର ଖେଳ..??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍