STORYMIRROR

Sanuja Meghamala

Classics

4  

Sanuja Meghamala

Classics

ତୁମେ ଆସିବ ବୋଲି

ତୁମେ ଆସିବ ବୋଲି

1 min
219


ତୁମେ ଆସିବ ବୋଲି

ରୁଦ୍ଧ ମୋ ମନର ଦୁଆର ଖୋଲି

ଅପେକ୍ଷାରେ ନିଦ ହଜେଇଦେଲି

ଅସୁମାରୀ ପ୍ରଶ୍ନର ବୁଢ଼ୀଆଣି ଜାଲରେ ଫସି ଭାବୁଥିଲି

ସତରେ କଣ ତୁମେ ଆସିବ ମା...!

ସବୁ ଶଙ୍କା ଓ ସଂଶୟକୁ ଦୂର କରି

ଘଣ୍ଟ , ମାଦଳ, ଶଙ୍ଖ ହୁଳହୁଳି

ଚଣ୍ଡିପାଠ ମନ୍ତ୍ର ଆଉ ଯଜ୍ଞ ର

ହୋ ହାଲ୍ଲା ଗହଳ .... ଚହଳ ରେ

ଶିଶିର ଭିଜା ଏ ମାଟିରେ ତୁମ ବାସ୍ନା ବୋଳି

କାଶ ଫୁଲର ଦୋଳି ରେ ଝୁଲି ଝୁଲି

ମୁଣ୍ମୟ ମୂର୍ତ୍ତୀ ରେ ପ୍ରାଣ ଭରି

କେତେ ସ୍ଵପ୍ନ ପୁଣି କେତେ ବିଶ୍ୱାସକୁ ଜାବୁଡି ,

ଜୀବନ ଚଲାପଥରେ ଆଗେଇଯିବାର ପ୍ରେରଣା ଦେଇ ,

ଅଗଣା ରେ ଇନ୍ଦ୍ରଧନୁ ର ରଙ୍ଗ ବୁଣି

ତୁମେ ଆସିଛ.... ମା... ।

 ତୁମ ଆଗମନରେ ଚଳ ଚଞ୍ଚଳ ଜୀବନ

ଭଜନ କୀର୍ତ୍ତନ ଓଷା ଉପବାସ , ମେଳା ମଉଛବ

ମନ୍ଦିର ,ମଣ୍ଡପ ଅତ୍ର ତତ୍ର ସର୍ବତ୍ର ତୁମ ଆରାଧନା

ତୁମ ଶରଣ ରେ ନିଜକୁ ସମର୍ପି ଦେଇଛି ମଣିଷ

ପ୍ରତି ମୁହୂର୍ତ୍ତ ରେ ଅସୁର ବିନାଶ ବାର୍ତ୍ତା

କାନରେ ରହି ରହି ପ୍ରତିଧ୍ଵନି ତୋଳେ..

"ଯା ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା" ।

. ଭାବ ବିହ୍ୱଳ ହୋଇ ଭାବେ

ଏବେ ମର୍ତ୍ତ୍ୟ ରେ ବି ସ୍ବର୍ଗ ସୁଖ ଉପଲବ୍ଧ ହେବ..

ବିଶ୍ବାସ ଓ ଭରସା ରେ ହସିବ ସମ୍ପର୍କ

ସମସ୍ତେ ସୁଖ ଓ ଶାନ୍ତି ରେ ସହାବସ୍ଥାନ କରିବେ

ଆଉ ଦେଖିବାକୁ ମିଳିବନି ଲୋଭ, ମୋହ,

କାମ, କ୍ରୋଧ, ନିନ୍ଦା , ମିଥ୍ୟା, ଘୃଣା, ହିଂସା, ଅସତ୍ୟ ଅବା ପରଶ୍ରୀକାତରତା ।

ହେ ଦୟାମୟୀ କରୁଣା କାରିଣୀ

ଏ ଭାବ, ଭାବନା ଓ ସ୍ୱପ୍ନକୁ ମୋର

ସତ୍ୟରେ ରୂପାନ୍ତରିତ କର

ତୁମ ଆଶୀର୍ବାଦ ରେ ହସି ଉଠୁ ସଂସାର..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics