STORYMIRROR

Sanuja Meghamala

Others

3  

Sanuja Meghamala

Others

ଫେରିବା ସମୟ

ଫେରିବା ସମୟ

1 min
177


ଘଣ୍ଟା ଓ କଣ୍ଟାର ଟିକ୍ ଟିକ୍ ଗତି ସହ 

ତାଳ ଦେଇ ଅବିଶ୍ରାନ୍ତ ଭାବେ

 ପଡ଼ି ଉଠି ଧାଉଁଥିବା ମଣିଷଟି

 ଏତିକି ବୁଝିପାରେ ନାହିଁ କେମିତି ଯେ....

ଫେରିବା ସମୟ ପୂର୍ବ ନିର୍ଦ୍ଧାରିତ ବିଧି ନିର୍ଦ୍ଦିଷ୍ଟ।

ଅଦୃଶ୍ୟର ଇଙ୍ଗିତରେ ଅଭିନୟ କରୁ କରୁ

 ଦିନେ ଯାତ୍ରାଟା ହଠାତ୍ ବନ୍ଦ ହୋଇଯାଏ

ଜୀବନ ତମସା ଭେଦ କରି

 ଅନନ୍ତ ଆଲୋକର ହୁଏ ଉଦ୍ଗିରଣ

ଯିଏ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ବି

ତାକୁ ଅକସ୍ମାତ ଫେରିବାକୁ ହୁଏ

ମିଶିଯିବା ପାଇଁ ସେ ମହାସତ୍ତାରେ ..

ସେଠି ପ୍ରଶ୍ନ କିମ୍ବା ଉତ୍ତରର ଅପେକ୍ଷା ନ ଥାଏ ।

 ସମୟ କୁ ବାନ୍ଧି ହୁଏ ନାହିଁ

 ହାତ ପାପୁଲିର ମୁଠା ଭିତରେ

ସମୟ ଝରି ଯାଏ ବାଲି ପରି

 ଢେଉ ପରି କୂଳଛୁଇଁ ଫେରିଯାଏ 

ସବୁ ସ୍ୱପ୍ନକୁ ପଛକରି

ଝଡି ଯାଏ ଫୁଲ ପରି ବୃନ୍ତରୁ

ବେଳ ଅବେଳ କିଛି ନ ଥାଏ

ଆଖିର ପଲକରେ ବଦଳିଯାଏ

କାହାଣୀ ଘଟଣା ଓ ଜୀବନ...

ସ୍ୱପ୍ନ ଦେଖୁ ଦେଖୁ ସମୟ ସରିଯାଏ

ଫେରିବା ବେଳ ଅକସ୍ମାତ୍ ପହଞ୍ଚିଯାଏ

ଦେଖିଥିବା ସବୁ ସ୍ୱପ୍ନ ଅଧା ରୁହେ

ସେତେବେଳେ ନିଜର ବୋଲି କହିବାକୁ ଆଉ କିଛି ନ ଥାଏ..।

ଯଦି ଫେରିବା ନିଶ୍ଚୟ

ତେବେ କାହିଁକି ଏ ବୃଥା ଆସ୍ଫାଳନ

ଗର୍ବ ଅହମିକା ମିଥ୍ୟା ପ୍ରହେଳିକା

ନିଜ ଭିତରେ ପ୍ରତିଯୋଗିତା

ବହୁତ୍ କିଛି ପାଇ ପୁଣି ହଜେଇ ଦେବାର ଗ୍ଲାନି

ଜନ୍ମ ମାନେ ମୃତ୍ୟୁ ସୁନିଶ୍ଚିତ

ଏହି ବାସ୍ତବ ଓ ଚିରନ୍ତନ ସତ୍ୟକୁ

ସ୍ବୀକାର କରି ପ୍ରସ୍ତୁତ ରହିବା ପ୍ରତିକ୍ଷଣ

ଅଦେଖା ଅତିଥି ( ଆମ ଫେରିବା ସମୟ)କୁ ସ୍ୱାଗତ କରିବା ପାଇଁ ।



Rate this content
Log in