Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Others

4.5  

Sanuja Meghamala

Others

ଜୀବନ

ଜୀବନ

1 min
309


ପାଣି ଫୋଟକାଟେ ପରି ଏ ଜୀବନ

ଆଜି ଅଛି କାଲି ନାହିଁ

ଉଜାଗର ହୋଇ ସ୍ୱପ୍ନ ଦେଖା ମୋହ

କେବେ କିନ୍ତୁ ସରେ ନାହିଁ।


ଇନ୍ଦ୍ରଜାଲ ପରି ଉଧାରି ସପନ

ଲୁଚକାଳି ଖେଳୁଥାଏ

ବାଟ ଭୂଲି ବାଟ ପୁଣି ଖୋଜୁ ଖୋଜୁ

ଅଧା ବାଟ ବାକି ରହେ ।


ଦୁଇଟି ଦିନର  ଅତିଥିଟେ ଏଠି

କେତେ ମିଛ ଅଭିନୟ

ନାଟକ ସରିଲେ ଆଲୋକ ଲିଭିଲେ

ହଜି ଯାଏ ପରିଚୟ ।


ଜୀବନଟା ଖାଲି ମାୟା ମରୀଚିକା

ମିଛେ ଝୁରି ହୁଏ ମନ

ସଭିଙ୍କ ଠିକଣା ଦିନେ ହଜେ ଏଠି

ରହିଯାଏ ସ୍ମୃତି ଚିହ୍ନ ।


ବାଇ ଚଢେଇ ର ବସା ପରି ସତେ

ପବନେ ଜୀବନ ଖେଳେ

ପବନର ଗତି ଶିଥିଳ ହୋଇଲେ

ଜୀବନର ଖେଳ ସରେ।


Rate this content
Log in