Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Classics

4  

Sanuja Meghamala

Classics

ଦାରୁବ୍ରହ୍ମ

ଦାରୁବ୍ରହ୍ମ

1 min
313



ମଉନେ ବସିଛୁ କିଛି କହୁନାହୁଁ

ଦାରୁବ୍ରହ୍ମ ଦିଅଁ ମୋର

ଶୁଣିବାକୁ ଥରେ କଥା ତୋ ଅଧରୁ

ମନ ହୁଏ ।

କାନେ ତୋ କୁଣ୍ଡଳ   ଶୋଭା ପାଏ ସିନା

କାନକୁ କି ! ଶୁଭେନାହିଁ?

ହଟିଆ ଠାକୁର  ନ ଶୁଣିଲେ କଥା

କା ଆଗେ କହିବି  ଯାଇଁ।

ଦୁଇ ଆଖି ମେଲି ସବୁ ଦେଖୁ ବୋଲି

ମନେ ଭାବିଥିଲି ମୁହିଁ

ଏବେ ଜାଣିଲିଣି ଆଖି ବୁଜି ଦେଇ

ନିରେ ଯାଇଛୁ ଶୋଇ ।

ଶ୍ରୀମନ୍ଦିରେ ତୋର ଲୋକଙ୍କର ଭିଡ

ପାଖକୁ  ପାରେନା ଯାଇ

ନିଅନ୍ତୁ ଯଦି ତୋ ନିକଟକୁ ସବୁ

କାନରେ ଦିଅନ୍ତି କହି ।

ସୁଖ ଅବା ଦୁଃଖ ଯାହା ତୁ ଦେଉଛୁ

ଆଖିବୁଜି ସହୁ ଅଛି

ଅଭିଯୋଗ ଆଉ କେଉଁଠି କରିବି !

ତୋ ପରି କିଏ ମୋ ଅଛି?

ଅଖିଳ ଜଗତ ନାଥ ମହାବାହୁ

ତୋର ବିନୁ ମୁକ୍ତି କାହିଁ

ଶ୍ରୀଚରଣ  ତଳେ ଶରଣ ପଶିଛି

ରଖ ମୋତେ ଭାବଗ୍ରାହୀ ।

ପାପ ଓ ପୁଣ୍ୟର  ପରିଧିକୁ ଡେଇଁ

ଏ ଜୀବନ ଚାଲି ଯାଉ

ଜୀବ ଯିବା ବେଳେ ରାଧା ମାଧବ ହେ

ତୋର ନାମ ତୁଣ୍ଡେ ଥାଉ ।



Rate this content
Log in

Similar oriya poem from Classics