STORYMIRROR

Sanuja Meghamala

Inspirational

3  

Sanuja Meghamala

Inspirational

ପରିଚୟ

ପରିଚୟ

1 min
132


ନାରୀ, ଏ ପରିଚୟ ହିଁ ଯଥେଷ୍ଟ ମୋ ପାଇଁ

କେବଳ ଲୋଡି ଥାଏ ଟିକିଏ ଶ୍ରଦ୍ଧା ଓ ସମ୍ମାନ

ଯାହା କ୍ଷୁର୍ଣ୍ଣ କରିବନି ମୋ ଆତ୍ମସମ୍ମାନକୁ

କେତେବେଳେ କୌଣସି ପରିସ୍ଥିତି ରେ ।

ଲୋଡ଼ା ନାହିଁ ଅନୁକମ୍ପା ଭରା କଥା ପଦେ

ନଈ ପରି ଆଗକୁ ବଢିଚାଲିବା ମୋ ଧର୍ମ

ନାରୀ ମୁଁ ପରିବର୍ତ୍ତନର ବାର୍ତ୍ତାବହ

ଆତ୍ମବିଶ୍ବାସ ମୋ ଶକ୍ତିର ଆଧାର ।

ଝୁଣ୍ଟି ପଡି କଣ୍ଟାଫୁଟି, ରକ୍ତାକ୍ତ ହେଲା ପରେ ମଧ୍ୟ

ଅଟକି ଯାଏ ନାହିଁ ଆଗକୁ ବଢିଥିବା ପାଦ 

ଲକ୍ଷ୍ୟ ଛାଡି ଫେରିଆସେ ନାହିଁ ପୁଣି ପଛକୁ

ଅଟଳ ଅଚଳ ନିର୍ଭୀକ କର୍ତ୍ତବ୍ୟ ସମ୍ପାଦନା ପଥେ।

ଭରିଦେଇ  ଟିକିଏ ବିଶ୍ୱାସ ପରଖି ଦେଖ

ପହଁରିଯିବି ମୁଁ ସାତକୁହୁଡିର ନଈ

କାଗଜର ଡଙ୍ଗା ଟେ ଭସେଇ ଦେଇ

ଅପେକ୍ଷା କରିବି ତା ଫେରିବା ମୁହୂର୍ତ୍ତକୁ ।

ଥରେ ଭରସା କରି ଦେଖି ପାର ମୋତେ

ମୋ ନିଜ ଇଚ୍ଛା ଓ ନିଜ ରୁଚିରେ 

କାମ କରିବାର ସ୍ୱାଧୀନତା ଦେଇ

ପରଖି ନିଅ ମୁଁ କଣ କଣ କରିପାରେ ।

ମାନିବିନି ବାଧାବିଘ୍ନ ପ୍ରତିରୋଧ

ଝଡ ତୋଫାନ ଖରା ବର୍ଷା ଶୀତ

ପାହାଡ ପଥର ଘେରା ଦୁର୍ଗମ ପଥ

ଅମା ଭେଦି ଆଲୋକକୁ ଯିବି ଛୁଇଁ ।

ନାରୀଟିଏ ପ୍ରତି କ୍ଷଣ ଲୋଡିଥାଏ

ସ୍ନେହ, ପ୍ରେମ ଭରସା ଓ ବିଶ୍ୱାସ

ପୁରୁଷ ସହିତ ପାଦରେ ପାଦ ମିଳାଇ

ଚାଲିବା ପାଇଁ ନିର୍ଭର ପ୍ରତିଶୃତିଟେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational