Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Inspirational

4  

Durjyodhan Barik

Inspirational

ମାନବ ସେବାହିଁ ମାଧବ ସେବା

ମାନବ ସେବାହିଁ ମାଧବ ସେବା

1 min
425


ମାନବ ସେବାରେ ଲୋଡ଼ା ନାହିଁ ଧନ

ଥିଲେ ସେବା ମନ ଭାବ 

ସେବା କରୁଥିଲେ ଦୁଃଖି ଦରିଦ୍ରଙ୍କ

ବଢିବ ନିଜ ଗୌରବ ।


ଏମିତି ଗୌରବ ବଢିଥିଲା ଦିନେ

ମଦର ଟେରେସାଙ୍କର 

ଝୁଗି ଝୁପୁରୀର ମାନବ ସେବାରେ

ମାଧବ ସେବା ବିଚାର ।


ଦୃଢ଼ ଇଚ୍ଛା ଥିଲେ ଉପାୟ ତ ମିଳେ

ସେବା ଟିକେ କରିବାକୁ 

ବିଦେଶ ମାଟିରୁ ଭାରତ ଆସିଲେ

ସେବା ଭାବ ବାଣ୍ଟିବାକୁ ।


ସେବା ମୟ ହେଲା ଏଇ ଦୁନିଆଟା 

ପଚାର ନିଜକୁ ବନ୍ଧୁ 

ସେବା କରି ଗଲେ  ନିଃସ୍ଵାର୍ଥ ଭାବରେ

ଖୁସି ହେଲେ କୃପାସିନ୍ଧୁ ।


ଦୀନ ଦରିଦ୍ରଙ୍କ  ଦୁଃଖ କଷ୍ଟ ବୁଝି

ସେବା କରେ ଯେଉଁ ଜନ 

ଧନ୍ୟ ସେହି ଲୋକ ଧନ୍ୟ ତାର ସେବା

କର୍ମ ବି ତାହାର ଧନ୍ୟ ।


ଏହିପରି ସେବା କରିଥିଲେ ଦିନେ

ମଦର ଟେରେସା ଜାଣ 

ସେହି ସେବା ପାଇଁ ପାଇଥିଲେ ସିଏ

ଭାରତ ରତ୍ନ ସମ୍ମାନ ।


ମାଧବ ସେବାହିଁ ମାଧବର ସେବା

ଅଟେ ଚିରନ୍ତନ ସତ୍ୟ 

ସ୍ଵାର୍ଥପର ଜନ ଜାଣିବ କେମିତି

ମାନବ ସେବା ମହତ୍ତ୍ଵ ।


ମାନବ ସେବା ହିଁ ମାଧବର ସେବା

ପଢିଥିଲି ପିଲା ବେଳେ 

ମାଧବ କେବଳ ନିଜେ ବୁଝୁଥିବେ

ସେବା ମିଳେ କି ନମିଳେ ।



Rate this content
Log in

Similar oriya poem from Inspirational