STORYMIRROR

Dharitri Das

Inspirational

4  

Dharitri Das

Inspirational

ଦୁର୍ଲ୍ଲଭ ଜନମ

ଦୁର୍ଲ୍ଲଭ ଜନମ

1 min
249


ସଂସାର ମଧ୍ୟରେ ଅଛି ପରା ଜଣେ

   ସବୁଠୁ ନିଜର ସହି

ବଞ୍ଚିବାକୁ ହେବ ତାହାରି ସେବାରେ

    ନିଜକୁ ସମର୍ପି ଦେଇ।


ଦହଗଞ୍ଜ ନୁହେଁ ଶାନ୍ତି ମିଳିଯିବ

   ତାକଥା ହୃଦୟେ ଭାବ

ସବୁ ଦୁଃଖରାଶି ପସରାରେ ଭରି

   ନଇବେଦ୍ୟ କରି ଦେବ।


ପରମ ତୃପ୍ତିରେ ଦିନଟି କଟିବ

   ପଥର ପତର ହେବ

ସର୍ବଦା ତୁଣ୍ଡରେ ତାଙ୍କରି ନାମଟି

   ଭଜିଭଜି ଦିନ ଯିବ।


ସଂସାର ଜଞ୍ଜାଳ ଦୂର ହୋଇ ଯିବ

    ହରି ନାମ ତୁଣ୍ଡେ ଥିବ

ସବୁଠୁ ନିଜର ସେହି ମହାପ୍ରଭୁ

   ବାଳକୃଷ୍ଣ ରାଧାଧବ।


ଭୁଲିଯିବ ନାହିଁ ତାଙ୍କରି ମାହାତ୍ମ୍ୟ

   ପାରିହେବ ଭବ ସିନ୍ଧୁ

ଜନମ ତୁମର ସାର୍ଥକ ହୋଇବ

   ସତ କହୁଅଛି ବନ୍ଧୁ।


ଦୁର୍ଲ୍ଲଭ ଜୀବନ ମଣିଷ ଜନମ

   କରନାହିଁ ମୂଲ୍ୟହୀନ

ମାୟାରେ ନ ପଡ଼ି ନିଃସ୍ଵାର୍ଥ ଭାବରେ

   କାଟି ଦିଅ ଆଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational