STORYMIRROR

Alaka Nanda

Inspirational

4.4  

Alaka Nanda

Inspirational

ଜୀବନ ଚକ୍ର

ଜୀବନ ଚକ୍ର

1 min
438

ବରଗଛ ଟିଏ ଥିଲା ମୋ ଘର ଆଗରେ,

ମୋଟାମୋଟା ଡାଳ ଭରି ଥିଲା ସେ ଗଛରେ।


ବୁଢା ପେଚାଟିଏ ସେଇ ଡାଳେ ବସିଥିଲା,

ଡେଣା ଦୁଇଟି ତାର କଟି ଯାଇଥିଲା।


ଶୋଉଥିଲା ବସୁଥିଲା ସେ ଡାଳ ଉପରେ,

ଉଡିବାର ଶକ୍ତି ନ ଥିଲା ତା ଦେହରେ।


ଦିନୁ ଦିନ କ୍ଷୀଣ ହେଉ ଥିଲା ତା ଶରୀର,

ବେଳେବେଳେ ଦେଉଥିଲି ତାକୁ ମୁଁ ଆହାର।


ଦେଖିଲି ଦିନେ ସେଠି କୁନି ଚଢେଇ ଟେ,

ଉଡି ବୁଲୁଥିଲା ସିଏ ପେଚା ଚାରିପଟେ।


ପରଦିନ ଦେଖିଲି ଉଠି ମୁଁ ସକାଳେ,

କୁନି ଚଢ଼ଇଟି କିଛି ଧରିଛି ଥଣ୍ଟରେ।


ବୁଢା ପେଚାଟି ତାର ଥଣ୍ଟ ମେଲାଉଚି,

କୁନି ପକ୍ଷୀ ,ଦାନା ,ପେଚା ଥଣ୍ଟରେ ଦଉଚି।


ଦେଖିଥିଲି ,ମା ପକ୍ଷୀ ତା ଶାବକ ପାଟିରେ,

ଆହାର ଦିଏ ଆଣି ଦିନ ଓ ରାତିରେ।


ଧୀରେଧୀରେ ବୁଢା ପେଚା ସୁସ୍ଥ ହେଇଗଲା,

କୁନି ଚଢେଇ ଟି ତାର ସାଥିରେ ରହିଲା।


ଲୁହ ଭରିଗଲା ମୋର ଏ ଦୁଇ ଆଖିରେ,

ମଥା ଲଇଁ ଗଲା କୁନି ଚଢେଇ ଆଗରେ।


ଚଢେଇ ଟି ବୁଢା ପେଚା ଜୀବନ ରଖୁଚି,

ମଣିଷ ତା ବାପା ମା ଙ୍କୁ ଜରାଶ୍ରମରେ ରଖୁଚି।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational