STORYMIRROR

Alaka Nanda

Tragedy

4.2  

Alaka Nanda

Tragedy

ଶେଷ ପ୍ଲାଟଫର୍ମ

ଶେଷ ପ୍ଲାଟଫର୍ମ

1 min
327

ଶୀତ ଋତୁର ସେ ଭୟଙ୍କର ରାତି,

ଭାବିଲେ ଏବେ ବି ଥରେ ମୋ ଛାତି।

ନୀଳାଚଳ ଏକ୍ସପ୍ରେସ ରେ ବସି,

ଯାଉଥିଲି ପୁରୀ ହୋଇ ମୁଁ ଖୁସି।

ଆଲହାବାଦ ର ଷ୍ଟେସନ ରେ,

ଝିଅଟେ ଚଢିଲା ଆମ ବଗିରେ।

ବାର ତେର ବରଷ ର ଝିଅଟି,

ଚିରାଜାମାଟିରେ ଲୁଚେଇଚି ଦେହଟି,

ମୁହଁ କୁ ଲୁଚାଇ ଆଣ୍ଠୁ ଭିତରେ,

ଝିଅଟି ବସିଲା ସିଟ ର ତଳେ।

ଟିଟି ଆସି ତାକୁ ଦେଲା ପଚାରି ,

କାହାଁ ଯାଏଗୀ ବୋଲ ଛୋକରୀ ?

ବିକଳ ଚାହାଁଣୀ ଟିଟି କୁ ଦେଇ, 

ଝିଅ ଟି ରହିଲା ତଳକୁ ଚାହିଁ।

ମଝିରେ ଦୁଇଟି ଯୁବକ ଆସିଲେ,

ତଳ ବର୍ଥ ରେ ସେମାନେ ବସିଲେ।

ତାଙ୍କୁ ଦେଖି ଝିଅ ସିଟ ତଳକୁ ଗଲା,

ଜାକିଜୁକି ହୋଇ ଶୋଇ ପଡିଲା।

ନିଦ ମୋ ଭାଙ୍ଗିଲା ମଝି ରାତିରେ, 

ଲୌହ ଦାନବର ବିକଟାଳ ରଡିରେ।

ଉପରୁ ତଳ କୁ ଓହ୍ଲେଇ ଆସିଲି,

ଝିଅ କି ଯୁବା କା'ରେ ନ ଦେଖିଲି।

ଧୀରେଧୀରେ ଶେଷ ପ୍ଲାଟଫର୍ମ ଆସିଲା,

ମୋ ଓହ୍ଲେଇ ବା ବେଳ ହୋଇଲା।

ଦୁଇଦିନ ପରେ ପଢିଲି ଖବର,

ହତ୍ୟା ହେଇଚି ସେ ଝିଅଟିର।

ଚିରା ଜାମାଖନ୍ଡି ଦେହ ରେ ନାହିଁ,

ନଗ୍ନ ଶରୀର ଟି ପଡିଚି ଶୋଇ।

ସତେ କି ଖସିଲା ପାଦ ତଳୁ ମୋ ମାଟି

ସତେ କି ମୁଁ ଡେଣା କଟା ପକ୍ଷୀଟି।

ଫଟ ଦେଖି ସ୍ଥାଣୁ ପାଲଟି ଗଲି,

ଆଜି ବି ସେ ମୁଖ ପାରୁନି ଭୁଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy