STORYMIRROR

Alaka Nanda

Tragedy

3.9  

Alaka Nanda

Tragedy

ରଣଭୂଇଁ।

ରଣଭୂଇଁ।

1 min
148

ରଣଭୁଇଁ କୁ ଠେଲିଦେଲୁ ମା ଲୋ,

ଟିକେ ତ ଭାବିଲୁ ନାହିଁ?

ହାତ ରେ ନ ଦେଇ ହତିଆର ଗୋଟେ,

ପଠେଇଲୁ ରଣଭୂଇଁ।


ଅତି ଅଲିଅଳେ ପାଳିଥିଲୁ ମତେ,

ଦୁଃଖ ନ ଦେଇ ମୋ ଚିତ୍ତେ।

ଧରେଇ ନଥିଲୁ ଛୋଟ ଛୁରୀଟିଏ,

ଅବା କଇଁଚି ଟେ ହାତେ।


ଖାଲି ହାତେ ଆଜି ଠିଆ ମୁଁ ହେଇଚି,

ଏଇ ରଣଭୂମି ପରେ।

ଶହଶହ ସେନା ହତିଆର ନେଇ,

ଠିଆ ମୋର ସାମନାରେ।


କେମିତି ଲଢିବି ଶିଖେଇ ନଥିଲୁ,

ସହିବାକୁ କହିଥିଲୁ।

ତୋ ଗେହ୍ଲା ଝିଅ କେମିତି ଲଢିବ,

ଟିକେ କି ଭାବି ନ ଥିଲୁ?


କହିଥିଲୁ ଖାଲି"ଫେରିବୁନି କେବେ,

ରଣଭୂମି ରୁ ତୁ ହାରି।

ଫେରିବ ଯଦି ତୋ ଅର୍ଥୀ ଫେରିବ ଲୋ,

ଏକଥା ନ ଯିବୁ ପାଶୋରି।


ତୋରି କଥାର ମାନ ରଖିବାକୁ,

ଅବିଶ୍ରାନ୍ତ ଲଢି ଚାଲିଚି।

କେବେ ମୋର ଏଇ ରଣ ସରିବ ମା,

ସେ ଦିନ କୁ ଚାହିଁ ରହିଚି।


,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy