STORYMIRROR

Alaka Nanda

Tragedy

3  

Alaka Nanda

Tragedy

ଉଡାଣ

ଉଡାଣ

1 min
192

ନୀଡ ଆମ ଥିଲା କେଡେ ସୁନ୍ଦର, 

ଶାବକ ଙ୍କ ଡାକ ଆହା କି ମଧୁର

ଆତ୍ମ ହରା ହେଇ ଶୁଣୁ ଯେ ଥିଲେ,

ତାଙ୍କୁ ଦେଖି ନିଜ ଦୁଃଖ ଭୁଲିଲେ।


ଧୀରେଧୀରେ ଡେଣା ଲାଗି ତାଙ୍କର,

ଉଡିବା ଶିଖିଲେ ଡାଳ ରୁ ଡାଳ

ଡେଣା ଧୀରେ ତାଙ୍କ ବଳ ଧରିଲା,

ଉଡିବାକୁ ସକ୍ଷମ ବଢିଲା।


ଗଛ ରୁ ଗଛକୁ ଶାବକେ ଉଡିଲେ,

ତାଙ୍କୁ ଦେଖି ଆମେ ଖୁସି ଯେ ହେଲେ

ଡେଣା ଲାଗିଗଲା ଆମ ପିଲାଙ୍କ

ଛାଡି ଚାଲିଗଲେ ଆମରି ପାଖ।


ନୀଡ ଟି ଆମର ଶାବକ ବିନା,

ଦୁଃଖ ଦେଉଥିଲା ପ୍ରାଣ କୁ ସିନା

ଡାକି କାନ ପାଖେ କହିଲ ମତେ,

ଏ ଯାଏଁ ମନରୁ ଯାଉନି ସତେ।


"ପିଲେ ତ କରିବେ ତାଙ୍କ ସଂସାର,

ଆମେ ଜଗିବା ଲୋ ଆମରି ନୀଡ

ଦିନ ବିତିଗଲା ତୁମରି ସାଥେ,

ଅସୁବିଧା କେବେ ହେଇନି ମତେ।


ଦିହେଁ ଦିହିଁଙ୍କ ର୍କରେ ଯତ୍ନ,

ରହିଲୁ ଆନନ୍ଦେ ଦୁଇଟି ପ୍ରାଣୀ

ଝଡ ଟିଏ ଦିନେ କାହୁଁ ଆସିଲା

ଆମ ନୀଡ ଟିକୁ ଉଡାଇ ନେଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy