STORYMIRROR

Alaka Nanda

Inspirational

3  

Alaka Nanda

Inspirational

ଦିବ୍ଯ ଦୀପାବଳି

ଦିବ୍ଯ ଦୀପାବଳି

1 min
175

ଶୋଇ ପଡିଥିଲି ଘୋର ନିଦରେ,

କୁମ୍ଭାର ଭାଇ ଦେଲା ପାହାରେ।

ପାହାର ଖାଇ ନିଦ ଭାଂଗିଲା,

କୋଦାଳ ରେ ମତେ ହାଣୁ ସେ ଥିଲା।

ଏପଟୁ ସେପଟୁ ହାଣିଲା ମତେ,

ଶରୀରେ କଷଣ ପାଇଲି କେତେ।

ମତେ ନେଇ ଟୋକେଇରେ ଭରିଲା,

ଅଗଣାରେ ନେଇ କଚାଡି ଦେଲା।

ପାଣି ଢାଳିଦେଲା ଦେହ ଉପରେ,

ଦଳି ପକେଇଲା ନିଜ ପାଦରେ।

ତଥାପି ମନ ତା ମାନିଲା ନାହିଁ,

ଚକି ଭିତରେ ସେ ଦେଲା ପୁରାଇ।

ଘିରିଘିରି ହେଇ ମଥା ଘୁରିଲା,

କୁମ୍ଭାର ମନରେ ଦୟା ନଥିଲା।

ଦୀପ ସେ ଗଢିଲା ଗୋଟିକି ଗୋଟି,

ଜଳନ୍ତା ନିଆଁରେ ଦେଲା ଯେ ପୋତି।

ଶରୀରକୁ ମୋର ଦେଲା ସେ ପୋଡି,

ଖରାରେ ରଖିଲା ନିଆଁ ରୁ କାଢି।

ମୋ କଷଣ କି ଟିକେ ବୁଝିଲା?

ଧାଡି ଧାଡି କରି ମତେ ରଖିଲା।

ଗରାଖ ଆସିଲେ କିଣିବା ପାଇଁ,

କୁମ୍ଭାର ବି ଖୁସି ପଇସା ପାଇ।

ସହର, ବଜାର, ଘର ,ମନ୍ଦିର 

ସବୁଠି ଚାହିଦା ଆଜି ମୋହର।

ଘର ଘର ଯାଇ ମୁଁ ଜଳିଲି ,

ଅନ୍ଧାର ରାତିକୁ ଆଲୁଅ ଦେଲି।

ଠାକୁରଙ୍କ ପାଦ ତଳେ ରହିଲି,

ମୋ ଜୀବନ ଧନ୍ୟ ବୋଲି ମଣିଲି।

ମାଟିରୁ ଜନମ ନେଉ ମୁଁ ଥିବି,

ବିସର୍ଜ୍ଜନ ପରେ ମାଟିରେ ମିଶିବି।

ଜଗତ ଆଲୋକ କରିବି, ଜଳି,

ସେଇ ହେବ ମୋର ଦିବ୍ୟ ଦୀପାବଳୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational