STORYMIRROR

Alaka Nanda

Tragedy

4.5  

Alaka Nanda

Tragedy

ତାରକାର ଲୁହ

ତାରକାର ଲୁହ

1 min
412

ଅନ୍ଧକାରେ ମୁଁ ପସରା ମେଲାଇ,

ଚାନ୍ଦ କୁ ମଝିରେ ରଖି,

ହେଲେ କେହି ମତେ ଚାହିଁ ଯାଆନ୍ତିନି, 

ଚାନ୍ଦ ହୁଏ ନିରିମାଖୀ।


ଦିନଯାକ ଚାହିଁ ବସିଥାଏ ମୁଁ,

ରାତି ରେ ଆସିବି ବୋଲି

ସାରା ଆକାଶ ରେ ଖେଳି ହେଇ ଯାଏ,

ହେଲେ ଜହ୍ନ ହେଇଯାଏ ଗେହ୍ଲି।


ଦିନଯାକ କଇଁ ଚାହିଁ ରହିଥାଏ,

ଜହ୍ନର ଉଇଁବା ବେଳକୁ

ଜହ୍ନ କୁ ଦେଖିଲେ ଆନନ୍ଦ ରେ ଖୋଲେ,

ନିଜର ପାଖୁଡା ଗୁଡିକୁ।


ଗୋଟିଏ ଜହ୍ନ ସେ ଆମେ କୋଟିକୋଟି,

କେହି ନ ଚାହାଁନ୍ତି ଆମକୁ

ରାତିଯାକ ଚାହିଁ ରାତି କଟିଯାଏ,

ଲୁଚିଯାଉ ସକାଳକୁ।


ଆକାଶ ରୁ ଆଖି ମିଟିମିଟି କରି,

ଖାଲି ଲୁହ ଢାଳୁ ଥାଉ,

ଟିକିଏ ପ୍ରେମ ର ଆଶା ରଖି ଆମେ,

ପୁଣି ଦିନ ରେ ଲୁଚି ଯାଉ।


ଇଏ ହେଲା ଆମ ତାରା ଙ୍କ କାହାଣୀ,

ଅନ୍ଧାର ରେ ଆମେ ଥାଉ

ରାତିଯାକ ଆମେ ଫୁଲ ଭଳି ଫୁଟି,

ସକାଳେ ମୁରୁଝି ଯାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy