ବର୍ଷା
ବର୍ଷା
ଗ୍ରୀଷ୍ମ ର ପ୍ରକୋପ,ରବି ର ତାପରେ,
ଧରଣୀ ତ ଜଳୁଥାଏ
ତରୁଲତା ସାଥେ ଜୀବ ପଶୁ ପକ୍ଷୀ,
ଆତଙ୍କ ରେ ରହି ଥାଏ।
ବନ ପର୍ବତେ ଦାବାନଳ ବହି,
ରୂପ କରେ ଭୟଙ୍କର,
ବଣ ଜଂଗଲ ବେଗେ ଜଳୁଥାଏ,
ମଚାଇ ମହୀ ରେ ହାହାକାର।
ବର୍ଷା ଆସେ ଧରଣୀର କୋଳେ,
ଶାନ୍ତ ହୁଏ ମହୀତଳ,
କଳା ମେଘ ଶାଢୀ ପିନ୍ଧି ଗଗନ
ବରଷାଇ ଦିଏ ଜଳ।
ଶୋଷିଲା ଧରଣୀ ମୁଖେ ଫୁଟେ ହସ,
ଜଳର ପରଷ ପାଇ,
ତରୁଲତା ଦେହେ ପତର କଅଁଳେ,
ଫୁଟେ କଦମ୍ବ ,ଜୁଇ,ଜାଇ।
ଜଳ ଭରିଯାଏ ପୋଖରୀ ରେ ଆଉ,
ଯେତେ ସବୁ ଥାଏ ନଈ,
ବରଷା ଦେଖିଲେ ନାଚଇ ମୟୁର,
ଅତି ଆନନ୍ଦିତ ହୋଇ।
ଶୋଷିଲା ଧରଣୀ ଜଳ ପାଇ ଦେହେ,
ଆନନ୍ଦ ରେ ନାଚି ଯାଏ,
ଶୁଖିଲା ଖେତ ରେ ପାଣି ଦେଖି ଦେଲେ,
କୃଷକ ହରଷେ ଗାଏ।
ମନ ରେ ଆସଇ ଯେବେ ରାଗ ତାର,
ଲଂଘଇ କୂଳ ନିଜର,
ଭଷାଇ ନିଏ ସେ ତରୁ ଜୀବଜନ୍ତୁ,
ରୂପ କରି ଭୟଙ୍କର।
ବିକଟାଳ ରୂପ ଦେଖି ବରଷାର
ଭୟରେ ମାନବ ଥରେ,
ହଲେ ବର୍ଷା ବିନା ମାନବ କାନ୍ଦଇ,
ସେ ବଞ୍ଚି ନ ପାରଇ ଏ ଧରା ରେ।