STORYMIRROR

Alaka Nanda

Tragedy

3  

Alaka Nanda

Tragedy

ଦୟା

ଦୟା

1 min
196

ଅନାଥ ବୋଲି ଜାଣି ତ ଥିଲ,

ତଥାପି ମୋ ହାତ ଧରି ଆଣିଲ

ଦେଲ ମୋ ଆଖିରେ ସପନ ଭରି,

ମୋ ହୃଦୟ କୁ ନେଲ ତୁମେ ଆବୋରି।


'ମୋ'ର ବୋଲି ତ ତୁମେ ହିଁ ଥିଲ,

ସାରା ଦୁନିଆ ରେମୋ ସାହାରା ଥିଲ

ଦିନ ରାତି ମୋର ତୁମରି ପାଇଁ,

କଟୁଥିଲା,ଜଣା ପଡିଲା ନାହିଁ।


କାନ୍ଦିଲେ ମୋ ଲୁହ ପୋଛୁତ ଥିଲ,

ବିପଦ ରେ ସାହା ଭରସା ଥିଲ

କାହା ଛାତି ପରେ ମଥା ରଖିବି

କାହା କୋଳେ ଆଖି ଲୁହ ଢାଳିବି ।


କୋଉଠି ମୋ'ର ଭୁଲ ରହିଲା

କହିବ କି ଦୋଷ କୋଉଠି ହେଲା

ନ କହି ମୋ ଦୋଷ ରୁଷି ଯେ ଗଲ,

ଆଉଥରେ ମତେ ଅନାଥ କଲ।


ତେବେ କିଆଁ ହାତ ଧରି ତ ଥିଲ

ମଝି ଦରିଆ ରେ ଫୋପାଡି ଦେଲ

ଟିକେ ଦୟା ମନେ ଆସିଲା ନାହିଁ

ଜଳେ ଉବୁଟୁବୁ ହଉଚି ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy