କ୍ରୀତଦାସ
କ୍ରୀତଦାସ
''କ୍ରୀତଦାସ ''
_______________________
କ୍ରୀତଦାସ ପ୍ରଥା ଭାରି ଘୃଣ୍ୟ କଥା
ବହୁ ପୁରାତନ ଗାଥା ,
ଇତିହାସ କହେ ଏଇ ଭାରତରେ
ବ୍ୟାପିଥିଲା ଏଇବ୍ୟଥା ॥
ପରାଧୀନ କାଳେ ଭାରତ ବର୍ଷରେ
ବିଦେଶୀଟା ଥିଲା କ୍ରୁର ,
ଗୋତି ଖଟୁଥିଲା ନିରୀହ ଜନତା
କଷଣ ଥିଲା ଅପାର ॥
ପିଠିକୁ ପ୍ରହାର ନଦେଇ ଆହାର
ଦେଉଥିଲା ନିର୍ଯ୍ୟାତନା ,
ଗୋରା ବଣିକଟା ଥିଲା ସର୍ବେସର୍ବା
ପ୍ରତିବାଦ ଥିଲା ମନା ॥
ସ୍ଵରଉତ୍ତୋଳନ ଯଦି କରେ ଜନ
ଗୁଳି କରୁଥିଲା ବିଦ୍ଧ ,
ପଶୁ ଠାରୁ ହୀନ ଥିଲା ଏ' ମଣିଷ
ସବୁ କ୍ଷେତ୍ରେ କଣ୍ଠରୋଧ ॥
ଯାତନା କବଳେ ଥିଲାସେ କଷଣେ
ଦୁଃଖ ଥିଲା ଚିରସ୍ଥାୟୀ ,
କ୍ରୀତଦାସ ବୋଲି ଜାଣିଥିଲା ସେହି
ବିଦେଶୀଟା କାଳଜୟୀ ॥
ଗଧ ଭଳି ଭାର କରେସେ ବହନ
ଆଖି ଲୁହ ଓଠେ ପିଇ ,
ତଥାପି ବେଦେଶୀ ବୁଝିଲାନି କିଛି
ମାଡ ମାରେ ଗାଳି ଦେଇ ॥
ବହୁଦିନ ପରେ ବିଦେଶୀ ପ୍ରସ୍ଥାନେ
କ୍ରୀତଦାସ ହେଲେ ମୁକ୍ତ ,
ବିନା ପାଉଣାରେ ଖଟୁଥିଲେ ଦାସେ
ବୁଦ୍ଧି ଥିଲା ସବୁ ସୁପ୍ତ ॥
ସଭ୍ୟ ସମାଜରେ ଦୃଶ୍ୟମାନ ହୁଏ
ଆଜିବି କୁତ୍ସିତ ପ୍ରଥା ,
ଦୁର୍ବଳ ଉପରେ ଅତ୍ୟାଚାର ବଢେ
ବିଶ୍ବାସ ତୁଟାଏ ଆସ୍ଥା ॥
ଶ୍ରମିକ ପାଉଣା ହୁଏ ବାଟବଣା
ଦୃଶ୍ୟମାନ ହୁଏ ଚିତ୍ର ,
ଅଧୁନା ସମାଜ କରେ ବ୍ୟଭିଚାର
ସୁଶାସକ ନୁହେଁ ମିତ୍ର ॥
ନିରୀହ ଶ୍ରମିକ ଆଜିବି ଚେଷ୍ଟିତ
ପାଇବାକୁ ଶ୍ରମମୂଲ୍ୟ ,
ଧୋବ ଧାଉଡିଆ ବାବୁ ଅମାନିଆ
କରେ ଖାଲି ମୂଲଚାଲ ॥
କ୍ରୀତଦାସ ପ୍ରଥା କଦାକାର କଥା
ଆଜିବି ଉଠେ ଝଲସି ,
ନିତିଦିନ ଉଠେ ଖବର କାଗଜେ
ଶ୍ରମିକ ପାରୁନି ହସି ॥