STORYMIRROR

Alaka Nanda

Inspirational

4  

Alaka Nanda

Inspirational

ହେ କବି।

ହେ କବି।

1 min
358

ଇଶ୍ବର ଙ୍କୁ ମନେ ଅନୁଭବ କରି,

ଅନ୍ତରଂଗ ମନ ତଳେ।

ହୃଦୟ ର ଭାବ ଲେଖ କାଗଜରେ

ନିଜ କଲମ ମୁନରେ।


କଳ୍ପନା ରେ ମଜ୍ଜି,ସପନରେ ହଜି,

କବିତା ରଚନା କର,

ଚପଳ ଛନ୍ଦେ ନାଚେ ସେ କବିତା,

ଭାଷାରେ ମଧୁର ମହ୍ଲାର।


କବିତା ର ଧାରା ଉନ୍ମାଦ ମଦିରା,

ମୁକ୍ତ ଭାବନାରେ ଖେଳେ,

ମନର ସେ ଛବି ସପନ ଆକାଶେ

ଇନ୍ଦ୍ର ଧନୁ ରଂଗ ଭରେ।


କବିତା ରେ ଭର ରଂଗୋଲିର

ରଂଗ ଆଉ ରସ ସମାହାର,

ମୁକ୍ତ ଛନ୍ଦ ରେ ଶବ୍ଦ ସାଂଗେ

ଖେଳ ଭାବ କୁ ପ୍ରକାଶ କର।


ଯୁଗର ଚାହିଦା ଆଖି ଆଗେ

ରଖି କଲମ ଧର ସେ ହାତେ,

ମାନବ ସମ୍ପର୍କ ବଜାୟ ରଖ ,

କବିତା ର ସାଥେସାଥେ।


ସଂସ୍କୃତିର ତୁମେ ବାର୍ତ୍ତାବହ ସେତୁ

ହୋଇ ଯୁଗଯୁଗ ଧରି,

ଆଜିର ସମାଜ ଜାଣେ ଇତିହାସ 

ତୁମରି କବିତା ପଢି।


କଲମ ମୁନରେ ଇତିହାସ ଲେଖି

 ବଢାଇ ଭାଷାର ମାନ,

ହେ କବି ତୁମେ ଚୀର ନମସ୍ୟ,

ଇଶ୍ବର ଙ୍କ ଶ୍ରେଷ୍ଠ ଦାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational