Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଗଜବଦନ ହେ ଗଜବଦନ

ଗଜବଦନ ହେ ଗଜବଦନ

1 min
343


ଗଜବଦନ ହେ ଗଜବଦନ l

        ଗଜ ଉଦ୍ଧାରଣ ମଧୁସୂଦନ ll

କେଶୀ ନିସୂଦନ ଆହେ କଂସାରୀ l

     ପଥରେ ତାରିଲ ପଥର ନାରୀ ll

ବଇଶାଖ ଜ୍ୟେଷ୍ଠ ଭାରି ଗ୍ରୀଷମ l

       ଗ୍ରୀଷମ କଷଣ ବଡ଼ ବିଷମ ll

ଚନ୍ଦନ କେଳିରେ ଚନ୍ଦନ ବୋଳି l

     ଚନ୍ଦନବେଶ ହେଲ ବନମାଳୀ ll

ଚନ୍ଦନ ବେଶରେ ସନ୍ତୋଷ ନୋହି l

    ସ୍ନାନଯାତ୍ରା କଲ କଳା ଗୋସାଇଁ ll

ସକଳ ତୀର୍ଥ ଯାହାଙ୍କ ଚରଣେ l

    ମନ ବଳାଇଲ ତୀର୍ଥ ସ୍ନାହାନେ ll

ବାଜେ ଘଣ୍ଟ ଘଣ୍ଟା ବୀର କାହାଳୀ l

    ତୀର୍ଥ ଜଳ ଆଣି ହୋଇଲ ଢାଳି ll

ଗଜାନନ ବେଶେ ହୋଇ ସୁବେଶ l

    ଭକ୍ତ ଗଣପତି ହୋଇଲେ ତୋଷ ll

ସ୍ନାହାନ ସାରି ଅଣସର ଗଲ l

      ଭକତ ମାନଙ୍କୁ ଅନାଥ କଲ ll

ଅଣସରେ ସାରି ଶୁଖ ଶୟନ l

      ଦରଶନ ଦେବ ଚକା ନୟନ ll

ନବ ଯୋଉଵନେ ରଖିଲି ଆଶ l

      ନିରାଶ ନୋହିବି ଜଗନ୍ନିବାସ ll

      


Rate this content
Log in

Similar oriya poem from Inspirational