STORYMIRROR

Rojalin Mishra

Inspirational

4  

Rojalin Mishra

Inspirational

କଳା ଠାକୁର

କଳା ଠାକୁର

1 min
54

ତୁମେ ପାପର ଧ୍ୱଂସ କର୍ତ୍ତା

ପୁଣି,

ପୁଣ୍ୟର ମଙ୍ଗଳ ଆବାହନୀ;

ତୁମେ ଧର୍ମର ରକ୍ଷା କବଚ

ପୁଣି,

ଅଧର୍ମ ଦୁର୍ଗ ବିଭେଦକାରୀ

ବଡ଼଼ଦାଣ୍ଡର ଅନାହତ ମନ୍ତ୍ର ଧ୍ୱନି।।

ତୁମେ ଅନିର୍ବଚନୀୟ ଆନନ୍ଦ

ଏଇ ସକଳ ସୃଷ୍ଟିର

ବିରାଜିଛ ଜଳେ,ସ୍ଥଳେ,ପ୍ରଭଞ୍ଜନ ଧାରେ,

ରୂପେ ଅନୁପମ ସୁନ୍ଦର,ସୁଶୋଭିତ

ତୁମେ,ହେ କଳା ଠାକୁର...

ଆଜ୍ଞା ହେଉ ଲୀନ ହେବାକୁ

ତୁମ ଭାବର ସୀମାହୀନ ଅତଳ ଗର୍ଭରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational