STORYMIRROR

Tapan Kumar Biswal

Inspirational

3  

Tapan Kumar Biswal

Inspirational

ସାର୍ଥକ ହୋଇବ ଜୀବନ

ସାର୍ଥକ ହୋଇବ ଜୀବନ

1 min
37


ସକାଳ ସୂରୁଜ କିରଣ

ଯେହ୍ନେ ଦେହକୁ ହିତ

ସତ୍ୟର ବିଜୟ ନିଶ୍ଚିତ

ଜାଣେ ସାରା ଜଗତ ll


ଅସ୍ଥିର କରାଏ ଅବଶ୍ୟ

କିଛି କ୍ଷଣକ ପାଇଁ

ବେଶୀ ନୁହେଁ ୟାର ଅବଧି

କେବେ ଭୁଲିବ ନାହିଁ ll


ଯେତେ ଘୋଡାଇଲେ ତାହାକୁ

କେବେ ଲୁଚିବ ନାହିଁ

ପୁଷ୍ପର ସୁଗନ୍ଧେ ଯେସନେ

ବାସ ଚହଟି ଥାଇ ll


ଅଧର୍ମର ନୀତି ଓଲଟା

ଫଳେ ଅଧର୍ମ ଫଳ

ସବୁଦିନେ ରହି ନଥାଏ

ତାର ବାହୁରେ ବଳ ll


ସରିଯାଏ ସବୁ ସମୟ

ହାତ ରହେ ଯେ ଖାଲି

ଅନୁତାପ କରେ ଶେଷରେ

ମୁଁ ଯେ କଣ ପାଇଲି ??


ଅତି ଲୋଭ ମୃତ୍ୟୁ କାରଣ

ପ୍ରାୟ ସର୍ବେ ଜାଣନ୍ତି 

ମୋର ମୋର କହି ଶେଷରେ

ନିଜେ ନିଃସ୍ୱ ହୁଅନ୍ତି ll


ପାଇଛ ଦୁର୍ଲ୍ଲଭ ଜୀବନ

ଏହି ମାନବ ରୂପେ

ତରି ଯିବ ଭବ ସାଗରୁ

ଯିଏ ପ୍ରଭୁଙ୍କ ଜପେ ll


ସିଏ ଏକା ସିନା ମାଲିକ

ତୁମେ ଯାଉଛ ଭୁଲି

ଗଛ ନଥିଲେ କି ପବନେ

ପତ୍ର ଯାଏ ଦୋହଲି ll


ଗର୍ବ ଅହଂକାର କପଟ

ଅଟେ ମାୟାର ଜାଲ

ଦୂରେଇ ରହିକି ନିଶ୍ଚିତ

ବିଭୁ ପଥରେ ଚାଲ ll


ସାର୍ଥକ ହୋଇବ ଜୀବନ

ମର୍ତ୍ତ୍ୟ ମଣ୍ଡଳେ ତୋର

ଧର୍ମ ସିନା ଅଟେ ଆପଣା

ଯୋଡ଼େ ବିଭୁଙ୍କ ଡୋର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational