STORYMIRROR

ହେ ଉତ୍କଳ ମଣି

ହେ ଉତ୍କଳ ମଣି

1 min
144


ରାମାୟଣର ଦଶରଥ ତୁମେ

      ମହାଭାରତର କର୍ଣ୍ଣ

ଉତ୍କଳ ମାଟିର ଯୋଗ୍ୟ ସନ୍ତାନ

      ସର୍ବଗୁଣେ ପରିପୂର୍ଣ୍ଣ ll


ସେବା ତ୍ୟାଗ ପରା ତୁମ ଆଦର୍ଶ

      କେହି ନୁହଁ ତୁମ ସରି

ବନ୍ୟା ମରୁଡ଼ି ହେଉ ବା ଦୁର୍ଭିକ୍ଷ 

      ଆସ ଦେବଦୂତ ପରି ll


ତୁମେ ସଂଗ୍ରାମୀ ଓଡ଼ିଆ ମାଟିର

      ଲେଖିଛ କରା କବିତା

ମାନସ ପଟରେ ଚିର ସ୍ମରଣୀୟ

      ସେ ବନ୍ଦୀର ଆତ୍ମକଥା ll


ମହାଭାରତ ଯଶସ୍ୱୀ ଅର୍ଜ୍ଜୁନ

       ହେ ଉତ୍କଳର ମଣି

ଓଡ଼ିଆଙ୍କ ପ୍ରିୟ ସଦାସର୍ବଦା

     ତୁମେ ହିଁ ଶ୍ରେଷ୍ଠ ବିନ୍ଧାଣୀ ll


ଭାଷା ହିଁ ଜାତିର ପ୍ରାଣସ୍ପନ୍ଦନ

       ତୁମ୍ଭର ପରିକଳ୍ପନା

ମାନବବାଦୀ ମାନବଙ୍କ ସ୍ନେହ

      ପ୍ରୀତି ସଦିଚ୍ଛା କାମନା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational