ମୋ ପୃଥିବୀ
ମୋ ପୃଥିବୀ
ମୋ ପୃଥିବୀ ର ସୃଷ୍ଟି କର୍ତ୍ତା ଏକ
ନୁହନ୍ତି ସେ ଭିନ୍ନ ଭିନ୍ନ
ଆମେ କିଆଁ ଆଜି ବାଣ୍ଟି ଦେଇଅଛୁ
କରି ତାକୁ ନାନା ଧର୍ମ l
କିଏ ହିନ୍ଦୁ ପୁଣି କିଏ ମୁସଲିମ
ପୁଣି କିଏ ଖ୍ରୀଷ୍ଟିଆନ
ବୌଦ୍ଧ ଧର୍ମ କାର କିଏ ନିରାକାର
କିଏ ପୁଣି ଅଟେ ଜୈନ l
ଚାଲ ଆମେ ପୁଣି ଏକ ହୋଇଯିବା
ନରଖିବା ଭେଦଭାବ
ସଭିଙ୍କର ପିତା ଏକଇ ଈଶ୍ୱର
ହୃଦେ ରହୁ ଏଇ ଭାବ l
