STORYMIRROR

sakuntala mohapatra

Inspirational

4  

sakuntala mohapatra

Inspirational

ସଭ୍ୟ ସମାଜ

ସଭ୍ୟ ସମାଜ

1 min
156

ସଭ୍ୟ ସମାଜ


ସଭ୍ୟ ସମାଜର

ଚାହିଦା ବେଶୀ,

ମା ଡାକ କୋଡି 

ମାଉସୀ ଅଶୀ |୧|


ଅଶାନ୍ତ ବେଳାର

ପ୍ରଶାନ୍ତ ଭୂଇଁ,

ଶୁଷ୍କ ମରୁଭୂମି

ଫୁଟୁଛି କଇଁ  |୨|


ଗାଁ ଆଜି ଏଠି 

ସହରମୁଖୀ,

ଦାନ୍ତ ଦେଖାଉଛି 

ଅନ୍ତର ଦୁଃଖୀ  |୩|


ଅସ୍ତିତ୍ଵ ବିହିନ

ଖୋଜୁଛି ସତ୍ତା,

ଯବାନ ଭେଣ୍ଡିଆ

ପାଉଛି ଭତ୍ତା | ୪|


ମମତାର ମୂଲ

ମାଗୁଛି ରକ୍ତ,

ଜଲ୍ହାଦ ସାଜୁଛି

ପରମ ଭକ୍ତ  |୫|


ଅଦୃଶ୍ୟ ପବନ 

ବହେ ଅଞ୍ଚାଶ,

ରୁନ୍ଧିବା ପରାଏ 

କରେ ପ୍ରୟାସ  |୬|


ମଣିଷ ଖୋଜୁଛି

ମଣିଷପଣିଆ,

ରାବୁନାହିଁ କୁଆ

ଆସିଲେ କୁଣିଆଁ |୭|


ନିଶାଚରେ ଏଠି

ନିଶା ମହକ,

ସାଉଁଟା ସପନ

ନାହିଁ ପଲକ  |୮|


କୁବେର ଖୋଜୁଛି

ଆକାଶ ଜହ୍ନ,

ଭୋକିଲା ମଣିଷ

କରୁଛି ଦାନ  |9|


ବନିଶୀ ର ଧାରେ

ସ୍ଵାର୍ଥ ଆଙ୍କୁଶ,

ମନ ବି ଖୋଜୁନି

ମନ ମଣିଷ  |୧୦|


ଅଦେଖା ମଣିଷ

ଭିଡୁଛି ହାତ,

ନିଜ ଲୋକମାରେ

ପଛରୁ ନାତ  |୧୧|


ନୃପତି ମୋହରେ

ସାଜେ ନର୍ତ୍ତକୀ,

ପ୍ରୀତି ସଞ୍ଜିବନୀ

ପାଇଯିବ କି ? |୧୨


ସ୍ଵାର୍ଥରେ ସମ୍ପର୍କ

ପଡିଛି ବନ୍ଧା,

ମଡା ବି ବାସୁଛି

ରଜନୀଗନ୍ଧା |୧୩|

  

      *****ଶକୁନ୍ତଳା ମହାପାତ୍ର*****

ଖଣ୍ଡପଡା, ନୟାଗଡ 


Rate this content
Log in

More oriya poem from sakuntala mohapatra

Similar oriya poem from Inspirational