STORYMIRROR

Pranati Panda

Inspirational

4  

Pranati Panda

Inspirational

ବୁଝିଲେ ତୁଟିବ ଭ୍ରମ

ବୁଝିଲେ ତୁଟିବ ଭ୍ରମ

1 min
266


ସ୍ୱାର୍ଥପର ଏହି ସାରା ସଂସାରରେ

କାହିଁ ନାହିଁ ଶୁଦ୍ଧ ଚିତ୍ତ

ପରୀକ୍ଷଣ ଅବା ନିରୀକ୍ଷଣ କର

ନାହାନ୍ତି ଶୁଦ୍ଧାତ୍ମା ପୂତ ।


ଚିନ୍ତା ଚେତନାରେ ଆପଣା ପଣରେ

ସମ୍ପର୍କ ମାତ୍ର ନିମିତ୍ତ

ଅହଙ୍କାର ଆଉ ଅଭିମାନେ ଭରା

ନୁହଁଇ ଆତ୍ମା ବିଶୁଦ୍ଧ ।


ଆତ୍ମ ପ୍ରଚାରିତ ମୁଁ' କାର ପଣରେ 

ନାହିଁ ଜ୍ଞାନ ନାହିଁ ଧର୍ମ

ଅସହ୍ୟତା ପୂର୍ଣ୍ଣ ଈର୍ଷା ଭାବନାରେ

କରୁଛନ୍ତି ହୀନ କର୍ମ ।


ଏ'ତ କଳିକାଳ ନାହିଁ କର୍ମଫଳ

ସର୍ବେ ଏଠି ଅସମ୍ଭାଳ

ପାପୀ ଏଠି ତପି ଧରେ ପୁଣ୍ୟଥାଳ

ତପି ହାତେ ଶୂନ୍ୟଥାଳ ।


ମୋହିତ ମାୟାରେ ଚାଳିତ ମାନବ

ବୁଝେ ନାହିଁ ଆଜି ମନ

କ୍ଷଣ, ଭଙ୍ଗୁର ଏ' ନଶ୍ୱର ଦୁନିଆଁ

ବୁଝିଲେ ତୁଟିବ ଭ୍ରମ ।    


Rate this content
Log in

Similar oriya poem from Inspirational