STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ମହେନ୍ଦ୍ର ପର୍ବତ

ମହେନ୍ଦ୍ର ପର୍ବତ

1 min
506


ଭାରତ ବର୍ଷର କୁଳ ପରବତ,

   ପବିତ୍ର ମହେନ୍ଦ୍ରଗିରି,

ପ୍ରାଚୀନ କାଳରୁ ପର୍ଶୁରାମ କ୍ଷେତ୍ର

   ନାମରେ ଖ୍ୟାତି ତାହାରି ।


ପୁରାଣ ପ୍ରସିଦ୍ଧ ସପ୍ତ କୁଳାଚଳ

   ମାନଙ୍କ ମଧ୍ୟେ ମହାନ,

 ଅଟେ ପୂର୍ବଘାଟ ପର୍ବତମାଳାର

   ମଧ୍ୟରେ ତାର ଆସ୍ଥାନ।


 ସେ ମହାଭାରତ ରାମାୟଣ ଗ୍ରନ୍ଥ,

    ପୁରାଣ ଶାସ୍ତ୍ର ବର୍ଣ୍ଣିତ,

 ସେ ଅଚଳ ମେରୁ ସୃଷ୍ଟି ଆରମ୍ଭରୁ,

   ମହେନ୍ଦ୍ର ନାମରେ ଖ୍ୟାତ।


 ଗଜପତି ଜିଲ୍ଲା ରାୟଗଡ଼ାଧୀନ

    ଗଙ୍ଗାବାଡ ପଞ୍ଚାୟତ, 

 ପ୍ରକୃତି ରାଣୀର କୋଳେ ବିମଣ୍ଡିତ,

    ଶୋହେ ମହେନ୍ଦ୍ର ପର୍ବତ।


 ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟ କଳାର,

     ବିକାଶର ନିଦର୍ଶନ,

 ବହନ କରଇ ମହେନ୍ଦ୍ର ଶିଖରେ,

     ପୁରୁଣା ମନ୍ଦିରମାନ।


 ମହେନ୍ଦ୍ରଗିରିର ଶିଖର ଦେଶରେ  

     ଗଙ୍ଗ ମାଠର ରାଜନ   

  କରି ପ୍ରତିଷ୍ଠିତ  କୁନ୍ତୀ, ଯୁଧିଷ୍ଠିର

     ଭୀମଙ୍କ ମନ୍ଦିରମାନ।


  ଅଶୋକଙ୍କ ଦ୍ଵାରା ଶାସନ କାଳରେ

     ଇନ୍ଦ୍ରଲିଙ୍ଗ ବୁଦ୍ଧେଶ୍ଵର,

  ବହନ କରଇ  ବୌଦ୍ଧ କୀରତିର 

     ମହେନ୍ଦ୍ର ଗିରି ଶିଖର।


  କ୍ଷେତ୍ରୀୟ ସଂହାରି ମିଳି ପର୍ଶୁଧାରୀ

     ମହେନ୍ଦ୍ରତନୟା ତୀରେ,

  ପୁରିଆସାହିର   ପର୍ଶୁରାମ କୁଣ୍ଡ

     ମହେନ୍ଦ୍ର ପାଦଦେଶରେ।

  

  ମହେନ୍ଦ୍ର ଶିଖରେ ରହିଅଛି ଯେତେ,

      ପ୍ରାଚୀନ ମନ୍ଦିରମାନ,

  ତାହାରି ସୁରକ୍ଷା, ହେଲେ ହେବ ରକ୍ଷା

      ଓଡ଼ିଆ ଜାତିର ମାନ।


   ଉତ୍କଳ ମାତାର   ସାବତ ସନ୍ତାନ

       ମଣେ ସଦା ଗଜପତି,

   ଭାରତ ପ୍ରସିଦ୍ଧ,   କୁଳ ପରବତ

    ତାକୋଳେ ବାହୁନେ ନିତି ।


   କିଥିଲା ଏରାଜ୍ୟ  କିହୋଇଛି ଆଜ,

       ସବୁ ଦିଶେ ହତଶିରି,

   ବଣ ପରବତ,   ହୁଅଇ ଲୁଣ୍ଠିତ

    କେହି ନଶୁଣେ ଗୁହାରି ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational