STORYMIRROR

Sudhashree Bhattamisra

Inspirational

4  

Sudhashree Bhattamisra

Inspirational

ଯନ୍ତ୍ରଣା

ଯନ୍ତ୍ରଣା

2 mins
303

ମୋ ଛାତିରେ ଆଜିବି 

ଯନ୍ତ୍ରଣା ଅନୁଭୂତ ହୁଏ 

ସେ ଦିନର ସେ ପୁରୁଣା ସ୍ମୃତି 

କଥା ମନେ ପଡେ ଯେବେ 

ଜଳିବାର ଯନ୍ତ୍ରଣା ତ 

ଆଜି ବି ଅନୁଭୂତ ହୁଏ 

ଅନେକ ଭାବିଛି କାହିଁକି 

ମୁଁ ଲେଖେ ନୈରାଶ୍ୟର କବିତା 

ଯନ୍ତ୍ରଣା କଣ ସତରେ ଏକ 

ଅପଶବ୍ଦ, ମୁଁ ଖୋଜେ ଏକ ଯନ୍ତ୍ରଣା 

ରହିତ ପୃଥିବୀ ତଥାପି ତ ଜଳୁଛି ମୁଁ 

ବିନା ଅନଳରେ, ନିଆରା ଏ ଜଳିବା 

ଢଙ୍ଗ ଏକ ସ୍ୱତନ୍ତ୍ର, ଖୋଜୁଛି 

ବଞ୍ଚିବା ଆଉ ଏକ ନୂଆ ଢଙ୍ଗ 

ପୃଥିବୀଟା ଯେବେ ଲାଗେ ମତେ 

ଅଗ୍ନିପିଣ୍ଡ, ହେଲେବି ମୁଁ ଅନେକ ଭାବିଛି 

ଆଉ ଲେଖିବିନି ନୈରାଶ୍ୟର କବିତା 

ଯନ୍ତ୍ରଣା ର ଉପସମ ଜଖମ ଏବେ ଟିକେ 

ମଲମ ପାଇଁ, ଏ ସହରଟା ଯଦି ଫୁଲ 

ହେଇଥାନ୍ତା ମୁଁ କାହିଁକି କଣ୍ଟାର 

ଆଘାତ ସହିଥାନ୍ତି, ହୃଦୟ ମୋର 

କ୍ଷତାକ୍ତ ଟିକେ ମଲମ ପାଇଁ 

ଭଗ୍ନ ବାରବାଟୀ ଯେବେ ଲାଗେ ଜୀବନଟା 

ରୁଗ୍ନ ମାନସିକତା ବୋଧେ ଇଏ 

ଭଲ ପାଇବାର ଦ୍ୱାହି ଦେଇ 

ଯଦି ମୁଁ କେବେ ସୁସ୍ଥ ମାନସିକତା ଖୋଜେ 

ବିକୃତ ବିକଳାଙ୍ଗ ଲାଗେ ମନଟା 

ମନ ମୋର କ୍ଷିପ୍ର ଉଡ଼ନ୍ତା ଜାହାଜ ଟିଏ ଉଡ଼ୁ 

ଥାଏ ପୁଣି ପ୍ରତିଟି ମୁହୂର୍ତ୍ତ, ମୁଁ ସୂର୍ଯ୍ୟ ଠୁ 

ଆହୁରି ଉତ୍ତପ୍ତ ଜଳୁଥାଏ, ପଙ୍କରେ 

ଫୁଟେ ଯେବେ ପଙ୍କ ଚେତନାର 

ଚେତନାର ଉର୍ଦ୍ଧରେ ଭାବନା 

ଦିଗନ୍ତ ଖୋଜେ ଯେବେ ବାଟବଣା 

ହେଲାପରେ, ରାସ୍ତାହିଁ ତ ଖୋଜେ 

ଝରି ଯାଏ ବେଳେ ବେଳେ ଅକାଳ ରେ 

ଶେଫାଳି ହେଉ କି ସ୍ମୃତି, ହେଉ ପଛେ 

ଗଙ୍ଗଶିଉଳି, ଝରିଯାଏ ଅକାଳରେ 

ସ୍ମୃତି ମୋର, ଶେଫାଳି ଝରାଶେଫାଳୀ 

ମହେକେ ବାସ୍ନା ବିତରଣ କରେ 

ଖୋଜେ ଦିଗନ୍ତ ବାସ୍ତବ ଜୀବନର 

ଖୋଜେ ଯେବେ ଏମିତି ଏକ ନଗରୀ 

ଯେଉଁଠି କେବେ ଆଘାତ ନଥିବ ଯନ୍ତ୍ରଣା 

ନଥିବ, ଭଲ ପାଇବାର ଗଙ୍ଗାରେ ଯଦି 

ସମସ୍ତେ ସ୍ନାନ କରୁଥିବେ, ଅନୁତାପ ର 

ଅଶ୍ରୁରେ ସମସ୍ତେ ସ୍ନାନ କରୁଥିବେ 

ମର୍ତ୍ୟରେ କାହିଁକି ଅମରାବତୀ ନ ହେବ 

ମହକିବାର ମୁହୂର୍ତ୍ତ ଟିକକ ଅପସରିଗଲାପରେ 

ହୃଦୟର କେଉଁ ଏକ ନିବୃତ କୋଣରେ 

ସ୍ମୃତି ପୁଣି ପୁନରଯାଗରିତ ହୁଏ 

ମହକେ ମହାକାଇ ଦିଏ, ଲକ୍ଷସ୍ଥଳୀ 

ଖୋଜେ ଯେବେ ଜୀବନର 

ଦିଗନ୍ତ ଖୋଜେ, କେଉଁଠି 

ଆରମ୍ଭ କେଉଁଠି ଅନ୍ତ 

ବୁଝିବା ଯେତିକି ସହଜ ସେତିକି ଦୁରୂହ 

ପଙ୍କ ଭଳି ଚେତନାର କଙ୍କରିଳ ଜୀବନଟା 

ଶେଯ ନୁହେଁ ଗୋଲାପର, ଆଘାତ ବି 

ସହିଛି ମୁଁ କଣ୍ଟାର, ନିରୁତ୍ତର ନିରୁପାୟ 

ଅକିଞ୍ଚନ, ମୋପାଇଁ ଯନ୍ତ୍ରଣା ର ପରିଭାଷା 

ଭିନ୍ନ ରକମର, ମୁଁ ଖୋଜୁଛି ସଂଜ୍ଞା ଜୀବନର 

ବ୍ୟର୍ଥ ହାହାକାର ନୁହେଁ ଜୀବନଟା 

ବୁଝିଲେ ସ୍ୱର୍ଗ ନହେଲେ ନର୍କ 

ଗଢି ଦେଲେ ଗଢ଼ିହେଇଯାଏ 

ଭାଙ୍ଗିଦେଲେ ଭାଙ୍ଗିଯାଏ 

ଭଙ୍ଗା ଗଢ଼ା ଖେଳଟିଏ ଜୀବନ 

ମୁଁ ଗଢିଛି ନଅର କୋଣାର୍କର 

ମୁଁ ଗଢିଛି ସହର ନିଜେ ନିଜର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational