ପାପ ପୁଣ୍ୟ
ପାପ ପୁଣ୍ୟ
ସ୍ବପ୍ନ ନୁହେଁ ମୋର କ୍ଷଣଭଙ୍ଗୁର
ମୁଁ ଚାହେଁ ଏବେ ଶାଶ୍ୱତ ଶାନ୍ତିର
ଖୋଜେ ଏବେ ସଂଜ୍ଞା ପାପର
ଠିକଣା ପାପର, ମୁଁ ଚାହେଁ
ଭେଟିବାକୁ ପାପ, ଭଟକିବାକୁ
ପାପ, ଖୋଜେ ସଂଜ୍ଞା
ଠିକଣା ତାର, ବାଟବଣା ହୁଏ
ଦିଗନ୍ତ ଖୋଜେ, ଭେଟିବାକୁ
ଠିକଣା ପୁଣ୍ୟର....
ଭୋଗିବାକୁ ଯନ୍ତ୍ରଣା ଜୀଵନ
ଯାହା ଜୀଵନ ସହିତ
ଓତଃ ପ୍ରୋତଃ ଭାବେ ଜଡିତ
ଯାହା ବିନା ଜୀଵନ ଜୀଵନ
ନୁହଁ, ଖୋଜେ ଠିକଣା
ପୁଣ୍ୟର ପାପର.......
