ଶବ୍ଦ
ଶବ୍ଦ
ଶବ୍ଦର ଯେବେ ମାଳା ଗୁନ୍ଥେ
ଶବ୍ଦକୁ ଯେବେ ଭଲପାଏ
ଆପଣାଏ, ତାକୁ ରୂପ ଦିଏ
ରଙ୍ଗ ଦିଏ, ମନ କଥା କହେ
ସେତିକି ବେଳେ, ଶବ୍ଦ
ଶବ୍ଦ ହୁଏନା...
ଶବ୍ଦର ଅଳଙ୍କାର ହୁଏ
ସେହି ଅଳଙ୍କାର ହୁଏ
ମୋ ଗହଣା...
ଆଉ ସେହି ଗହଣା
ମୁଁ ପିନ୍ଧିସିନା ପାରେନା
ମୁଁ କିନ୍ତୁ ଶବ୍ଦକୁ ସଜାଡ଼େ
ମାଳା ଗୁନ୍ଥେ, ରଙ୍ଗ ଦିଏ
ଚିତ୍ର ଆଙ୍କେ, ମୋ ଭାବନାରେ
ତାକୁ ବାସ୍ତବ ରୂପ ଦିଏ......
