STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ନେତାଜୀ ସୁଭାଷ

ନେତାଜୀ ସୁଭାଷ

2 mins
374


ତ୍ୟାଗୀ ଜନନେତା ଆମ ଭାରତର

ନେତାଜୀ ସୁଭାଷଚନ୍ଦ୍ର ।

କଟକ ସହର ଓଡ଼ିଆ ବଜାରେ

ଜନ୍ମ ନେଲେ ପୁରୁଷେନ୍ଦ୍ର ।୧।

ଶ୍ରୀଜାନକୀନାଥ ବୋଷଙ୍କ କନିଷ୍ଠ

ପୁତ୍ର ଭାବେ ହୋଇ ଜାତ ।

ଷ୍ଟୁଆର୍ଟ ଓ କଲେଜିଏଟ ସ୍କୁଲରେ

ବିଦ୍ୟାଶିକ୍ଷା କଲେ ସେତ ।୨।

ମାଟ୍ରିକରେ ବୃତ୍ତି ପାଇ ପ୍ରେସିଡେନ୍ସି

କଲେଜରେ ସେ ପଢିଲେ ।

ଭାରତ ବିଦ୍ୱେଷୀ ଓଟନ୍ ସାହେବ

ଛାତ୍ରଙ୍କ ମାଡ ଖାଇଲେ ।୩।

ସନ୍ଦେହରେ ତଡାଖାଇ କଲେଜରୁ

ସ୍କଟିସ୍ ଚର୍ଚ୍ଚ କଲେଜରୁ ।

ବି.ଏ. ପାସ୍ କରି ଆଇ.ସି.ଏସ୍.

ପାସ୍ କଲେ ବିଲାତରୁ ।୪ ।

ଚାକିରୀ ନକରି ଗାନ୍ଧିଜୀଙ୍କ ମୁକ୍ତି

ସଂଗ୍ରାମରେ ଦେଲେ ଯୋଗ।

ତାଙ୍କ ସହଯୋଗେ ବଙ୍ଗଳାରେ

ହେଲା ପ୍ଳାବନ ଅସହଯୋଗ। ୫।

ବନ୍ୟା ମରୁଡି ମଡକ ସମୟରେ

ଜନହିତକର କାର୍ଯ୍ଯ ।

ସାଧି ଅର୍ଜିଥାନ୍ତି ଜନପ୍ରିୟତା ସେ

ଉଚ୍ଚ ନେତା ହେଲେ ଧାର୍ଯ୍ଯ ।୬।

ଭାରତୀୟ ରାଜନୀତିରେ ପ୍ରବେଶି

କଲିକତା କର୍ପୋରେସନ ।

ଏକଜିକ୍ୟୁଟିଭ ଅଫିସର ତଥା

ମେୟର ସେ ହେଲେ ଜାଣ। ୭।

ଅଟକବନ୍ଦୀ ନିର୍ବାସିତ କରିଲେ

ସେ ବ୍ରିଟିଶ ସରକାର ।

ସମସ୍ତ ସନ୍ତ୍ରାସବାଦୀ କର୍ମୀ ରହିଥିଲେ

ଅନୁରକ୍ତ ତାହାଙ୍କର ।୮।

ବିଶ୍ଵବିଦ୍ୟାଳୟ ରକ୍ଷା ବାହିନୀରେ

ସାମରିକ ଶିକ୍ଷା ପାଇ ।

କଂଗ୍ରେସ ସ୍ବେଚ୍ଛାସେବକ ବାହିନୀର

ସେନାପତି ଥିଲେ ସେହି। ୯।

ସଭାପତି ଦୁଇଥର ରହି ମତ ଭେଦ

ଲାଗି ସେ ଇସ୍ତଫା ଦେଲେ।

ସ୍ବରାଜ୍ଯ ଦଳର ସମ୍ପାଦକ ମଧ୍ଯ

ନେତାଜୀ ସୁଭାଷ ଥିଲେ ।୧୦।

ଘରେ ଥିଲାବେଳେ ଅଟକ ବନ୍ଦୀରେ

ଅଦଭୂତ ଉପାୟରେ ।

କାବୁଲ ଗଲେ ସେ ଜର୍ମାନୀ ତାପରେ

ଦ୍ୱିତୀୟ ମହାଯୁଦ୍ଧରେ ।୧୧।

ଇଣ୍ଡୋଚୀନ୍ ଯାଇ ବନ୍ଦୀ ଭାରତୀୟ

ସୈନ୍ଯଙ୍କୁ ନେଇ ସାଙ୍ଗରେ।

ଆଜାଦ୍ ହିନ୍ଦ୍ ଫୌଜ ଗଢି ଆକ୍ରମିଲେ

ମଣିପୁର କୋହିମାରେ ।୧୩।

ନାଗାସାକି ହିରୋସୀମା ଆଣବିକ

ବୋମା ହେଲା ଆକ୍ରମଣ।

ବିସ୍ଫୋରଣ ହେଲା ଜାପାନ ସେକାଳେ

କଲା ଆତ୍ମସମର୍ପଣ ।୧୪।

ଉଡାଜାହାଜରେ ଫେରି ଯାଉଥିଲେ

ନେତାଜୀ ଯେବେ ଜାପାନ ।

ଦୁର୍ଘଟଣାଗ୍ରସ୍ତ ପୋଡିଲା ଜାହାଜ

ନେତାଜୀ ହେଲେ ନିଧନ ।୧୫।

ସନ୍ଦେହ ରହିଛି ମୃତ୍ଯୁରେ ତାଙ୍କର

ଜୟହିନ୍ଦ୍ ତାଙ୍କ ଧ୍ବନି ।

ଚିରସ୍ମରଣୀୟ ନେତାଜୀ ସୁଭାଷ

ଅମର ତାଙ୍କର ଧ୍ବନି ।୧୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational