ଆଜିର ରେବତୀ
ଆଜିର ରେବତୀ
ଲୋ ରେବ ଲୋ ଚୁଲି
ଜେଜେ ମା ର ସେ କାନତଡା ଡାକ
ଲୋପ ପାଇ ଗଲାଣି କେବେଠୁଁ
ହାତେ ଓଢଣା, ଥିରି ଥିରି ଚାଲି ବି ।
ରେବତୀ ଏବେ ସ୍କୁଲ ଗଲାଣି
ସ୍କୁଟି ଚଢିଲାଣିି
ଉଡିଲାଣି ଅନ୍ତରୀକ୍ଷରେ
ଦରିଆର ଦରଦକୁ ବେଶ୍ ମାପିଲାଣି ।
ଚାଷର ଖବର ବି ବୁୁୁଝୁଛି ରେବତୀ
ଗଢୁଛି ଆକାଶ ଛୁଆଁ ବାସ
କାନ୍ଧରେ ବନ୍ଧୁକ ଝୁଲେଇ ଜଗୁୁଛି ସୀମା
ସ୍ବାମୀ ର ଶବ କୁ କାନ୍ଧ ଦେଇ
ଦେଖେଇଛି ମଶାଣୀ ର ପଥ ।
ଗୋଡ ନାହିଁ ଲଙ୍ଘିଛି ସେ ଗିରି
ଆଉ ଝରଉନି ଲୁହ
ଓଟାରି ଆଣୁଛି କଲିଜା ପଥର ର ଛାତି ଚିିିରି ।
ସାହାରା ସାଜିଛି
ବୃଦ୍ଧ ବାପା ମା ଙ୍କର
ଦି ପଇସା କମେଇ କି ସମ୍ଭାଳୁଛି ଘର ,
ଦୁଇ କୁଳ ଜଗି ରଖି
ଖଣ୍ଡା ଧାରେ ଚାଲିଛି ସେ
ଫୁଲ ପରି ନରମ ତ ଲୁହାଠୁ କଠୋର ।
ଅବଳା ନୁହେଁ କି ଦୁୁର୍ବଳା ନୁହେଁ
ଆଜି ର ରେବତୀ
ନିଆଁ ନୁହେଁ କି ଚୁୁଲି ନୁହେଁ
ସେ ସମର୍ଥା , ସମକକ୍ଷା
ସୃଷ୍ଟି ରୁ ସଂହାର ଯାଏଁ
କି ନିପୁୁଣ ପ୍ରତି ସୋପାନରେ
ଆଧୁନିକ ନାରୀ ସେ
ଅନନ୍ୟା, ଅପରାଜିତା ।