Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅଧା ଲଙ୍ଗଳା ଫକୀର

ଅଧା ଲଙ୍ଗଳା ଫକୀର

1 min
481



କୁଲିର ଦେଶୁ ଆସିଛି ନାମ ତାର ଗାନ୍ଧୀ

ଆଣ୍ଠୁ ଲୁଚେ ନାହିଁ ଲୁଗା ପିନ୍ଧି ଅଛି ଖଦି l


ଘୋଡ଼ି ହୋଇଅଛି ମାତ୍ର ଖଣ୍ଡିଏ ଚଦର

ସାତସିଆଁ ଜୋତା ଅଧାଲଙ୍ଗଳା ଫକୀର l


ଗୋଲ ଟେବୁଲ ବୈଠକେ କରିବ ମନ୍ତ୍ରଣା

ବୁଦ୍ଧି କାହିଁ ଇଏ ହେବ ନିଶ୍ଚେ ବାଟ ବଣା l


ଚର୍ଚ୍ଚିଲ ସାହେବ ତୁମେ ନିଶ୍ଚେ ଅଟ ସଭ୍ୟ

ବ୍ୟବହାରେ କିଆଁ ତୁମେ ଏଡ଼ିକି ଅସଭ୍ୟ l


ଶାସକ ମୋହର କରୁ ଅଛି ନିବେଦନ

ଭୁଲି ଯାଇ ଅଛ ତୁମେ ହିତାହିତ ଜ୍ଞାନ l


ଦକ୍ଷିଣ ଆଫ୍ରିକା କଥା ମନେ ତୁମ ନାହିଁ

ଚାପୁଡ଼ା ଖାଇଲ ଗାଲେ କୁଲିବୋଲି କହି l


କୁଲିର ଦେଶ ନୁହେଁ ମୋ ଭାରତ ମହାନ

ସତ୍ୟ ଅହିଂସା ଅସ୍ତ୍ରରେ ଏହା ବଳିୟାନ l


ସେ ଦେଶକୁ ଖାଉଅଛ ତୁମ୍ଭେ ନିତି ଲୁଟି

ଦେଖାଉ ଅଛ ଆମ୍ଭକୁ ଭୁଜଙ୍ଗ ଭୃକୁଟି l


ସଙ୍ଗେ ଆଣିଅଛି ଦେଖ ମାଟି ପାତ୍ର ଥାଳ

ୟାରବାଡ଼ା ଜେ-ଲରେ ମୋତେ ଦେଇଥିଲ l


ଏହା ଅଟଇ ତୁମର ସଭ୍ୟ ଦେଶ କଥା

ଅଧିକ ମୁଁ କହୁ ନାହିଁ ଲଙ୍ଘି ଶାଳୀନତା l


ଡ଼କାଇଛ ଠକିବାକୁ ଏ ଗୋଲ ଟେବୁଲ

ଦେଖ ଫକୀର କରୁଛି କେମନ୍ତ କମାଲ l


ମହାନଅଟ ବାପୁହେ ହେ ଗାନ୍ଧୀ ମହାତ୍ମା

ବିଶ୍ୱରେ ଚର୍ଚ୍ଚିତ ହୁଏ ତୁମ୍ଭରି ବାରତା l

       



Rate this content
Log in

Similar oriya poem from Inspirational