STORYMIRROR

Bijoy Jena

Inspirational Others

4  

Bijoy Jena

Inspirational Others

ବାଣୀ ବିହାର

ବାଣୀ ବିହାର

1 min
459


ମୋ ପାଠ ପଢ଼ା ବେଳର

   ବାଣୀ ବିହାର

 ବହୁ ସ୍ମୃତି ବିମଣ୍ଡିତ

 ମୋ ଭଳି ଅନେକ ବନ୍ଧୁ

  ଶୁଭେଛୁ ମାନଙ୍କ ପାଇଁ

  ସେ ଥିଲା ବାଣୀ ଆରାଧନା କେନ୍ଦ୍ର

ଶିଖିବା ଶିଖେଇବାର

  ଅପୂର୍ଵ ସମନ୍ୱର ପେଣ୍ଠସ୍ଥଳ

ପରିଜା ପାଠାଗାର ପ୍ରକୋଷ୍ଠରେ

  ଅଧ୍ୟୟନର ମୁହୂର୍ତ୍ତ

    ବଡ ଅପାଶୋରା

କ୍ୟାଣ୍ଟିନରେ ବନ୍ଧୁଙ୍କ ସାନ୍ନିଧ୍ୟ

  ଦବା ନବା ଦୁଃଖ ସୁଖ

  ବାଣ୍ଟିବାର ଅପୂର୍ବ ସାହାରା

ତାର ଶୋଭାଶିରୀ

 ହଷ୍ଟେଲ ଜୀବନ

 ହ୍ରଦର ମଧୁତାନ

  କ୍ୟାମ୍ପସର ସୁନ୍ଦର ମୂର୍ଚ୍ଛନା

କେତେ ଭୁଲାଇଛି କେବେବା ନେଇଛି 

  ଚେତନାର ଶିଖର ଧାମକୁ

କିନ୍ତୁ ସେ ଥିଲା

   ପ୍ରତିଯୋଗୀତାର ବଡ ଆହ୍ୱାନ

    ଯେଉଁଥିରେ ହାରିଛୁ କେତେ

        ଜିତିଛୁ କେତେ

   ଶେଷେ ବାଛିଥିଲି ଅଧ୍ୟାପନାର

        ବୃତ୍ତି ଓ ସମ୍ମାନ

ବାଣୀ ବିହାରୁ ମୋ

      ଯୌବନର ବାରଣାସୀ

        ଜୀବନ ଜୀବିକାର

        ଏକ ଦୃଢବତୀ ରଶି

     ମନେପଡେ ଗୋଟି ଗୋଟି

  ଏଇ ଅବସର ନେବା ଅବସରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational