STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ସରି ସରି ଆସେ

ସରି ସରି ଆସେ

1 min
9

ସରି ସରି ଆସେ ମୋ ପ୍ରାଣ ଆୟୁଷ ଅନେକ ଭାବନା ମୋର କେତେ ବା ଦେଇଛି କେତେ ବା ପାଇଛି କେତେ ଦିନ ଏ ସଂସାର? । କାହା ଉପ କାରେ ଆସି ପାରିଥିଲେ ମିଳିଛି ସ୍ୱର୍ଗ ସମ୍ପଦ ଦୁଃଖୀ ଦରିଦ୍ର ଙ୍କ ମୁଖେ ହସ ଦେଖି ଭୁଲିଛି ବାଦ ବିବାଦ। ନିଜ ପାଇଁ କେବେ ମୁକ୍ତି ମାଗି ନାହିଁ କାଳିଆ ଚରଣ ତଳେ ଜଗତ ଉଦ୍ଧାର ହେଉ ମହାବାହୁ ନିତି ମୁଁ ପ୍ରଣତି ଢାଳେ। କ୍ଷୁଦ୍ର ମଣିଷ ଟି କି ଅବା କରନ୍ତା ତୁମେ ନାଥ ବଳବାନ ସମୟ ତୁମର ଶାସନ ତୁମର ତୁମେ ଶୁନ୍ୟ ମହାଶୂନ୍ୟ। ବିଶାଳ ସୃଷ୍ଟିରେ ନେତ୍ର ପାଏ ନାହିଁ କଳିବାକୁ ଲୀଳା ତୁମ ଗୁଣ୍ଡୁଚି ମୂଷା ର ଅବଦାନ ମୋର ନ ହୋଇବ କେବେ ବାମ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action